ନିର୍ବାଚନ ପୂର୍ବରୁ କେଜ୍ରିୱାଲଙ୍କୁ ଝଟକା, ହାତ ଛାଡିଦେଲେ ବିଶ୍ୱସ୍ତ ନେତା…

ନିର୍ବାଚନ ପୂର୍ବରୁ କେଜ୍ରିୱାଲଙ୍କୁ ଝଟକା, ହାତ ଛାଡିଦେଲେ ବିଶ୍ୱସ୍ତ ନେତା…

ନିର୍ବାଚନ ପୂର୍ବରୁ କେଜ୍ରିୱାଲଙ୍କୁ ଲାଗିଲା ବଡ ଝଟକା । ଦଳ ଛାଡିଲେ ଟାଣୁଆ ନେତା । ଏବେ ଦେଶର ବିଭିନ୍ନ ସ୍ଥାନରେ ନିର୍ବାଚନର ମାହୋଲ ଜମୁଛି । ଓଡିଶା ପରେ ପରେ ହରିୟାଣା, ଝାଡଖଣ୍ଡ, ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଦିଲ୍ଲୀରେ ମଧ୍ୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । କିନ୍ତୁ ନିର୍ବାଚନ ପୂର୍ବରୁ ହିଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆମ ଆଦମୀ ପାର୍ଟିକୁ ଝଟକା ଲାଗିଛି । କାରଣ ଦଳ ଛାଡିଛନ୍ତି ଦିଲ୍ଲୀ ସରକାରର ପରିବହନ ମନ୍ତ୍ରୀ କୈଳାଶ ଗେହଲଟ । ସେ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଏହା ସହ ଦଳର ପ୍ରାଥମିକ ସଦସ୍ୟତା ମଧ୍ୟ ଛାଡିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ନିକଟକୁ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ମାଧ୍ୟମରେ କୈଳାଶ ଗେହଲଟ ତାଙ୍କ ଇସ୍ତଫା ସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ କେବଳ ଇସ୍ତଫା ନୁହେଁ ଦଳ ଛାଡିବା ସହ ସେ ନିଜ ଦଳ ଆମ ଆଦମି ପାର୍ଟି ଏବଂ ଆପର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ବଡ ଅଭିଯୋଗ ଆଣିଛନ୍ତି । ଗତ ନିର୍ବାଚନ ସମୟରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶୃତି ପୂରଣ ନକରିବାରୁ ସେ ଇସ୍ତଫା ଦେଇଥିବା କାରଣ ଦର୍ଶାଇଛନ୍ତି । ଏବଂ ଏ ସମ୍ପର୍କରେ ସେ କେଜ୍ରିୱାଲଙ୍କୁ ମଧ୍ୟ ଚିଠି ଲେଖିଥିବା ସୂଚନାମିଳିଛି । ତେବେ କୈଳାଶ ଗେହଲଟ ଆପରୁ ଇସ୍ତଫା ଦେବା ପରେ ପରେ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ମଧ୍ୟ ଚାଲିଛିା କାରଣ ଯେତେବେଳେ ଅରିବନ୍ଦ କେଜ୍ରିୱାଲ ଜେଲରେ ଥିଲେ ସେତେବେଳେ ଆତିଶିଙ୍କ ସହ ଅନ୍ୟ ଆପ ନେତା ମାନେ ଆକ୍ରମଣାତ୍ମକ ଢଙ୍ଗରେ ବିଜେପିକୁ ନିଶାନା କରୁଥିଲେ । କିନ୍ତୁ ସେ ସମୟରେ ବି କୈଳାଶ ଗେହଲଟ ବିଜେପି ବିରୁଦ୍ଧରେ ସ୍ୱର ଉଠାଇନଥିଲେ । ଯାହାକୁ ଆକଳନ କଲେ କୈଳାଶଙ୍କର ବିଜେପି ସହ ଭଲ ସମ୍ପର୍କ ଥାଇପାରେ ବୋଲି ଜାତୀୟ ସ୍ତରରେ ଆଲୋଚନା ହେଉଛିା ଅନ୍ୟପଟେ ନିର୍ବାଚନକୁ ଆଖି ଆଗରେ ରଖି ନେତାମାନେ ସରକାରରେ ଥିବା ଦଳକୁ ବେଶି ପସନ୍ଦ କରୁଛନ୍ତି । ତେଣୁ କୈଳାଶ ଗେହଲଟ ମଧ୍ୟ ଏହି ଦଳ ଡିଆଁ ପର୍ବରେ ସାମିଲ ହୋଇପାରନ୍ତି ବୋଲି ଏ ଚର୍ଚ୍ଚାକୁ ଏଡାଇ ଦିଆଯାଇନପାରେ । ତେବେ ଦେଖାଯାଉ ଆଗକୁ ଦିଲ୍ଲୀ ରାଜନୀତିରେ କେଉଁ ନୂଆ ମୋଡ ଆସୁଛି ଏବଂ କେଜ୍ରିୱାଲ ଙ୍କ ହାତ ଛାଡି କୈଳାଶ ଗେହଲଟ ମୋଦିଙ୍କ ହାତ ଧରୁଛନ୍ତି ନା ନାହିଁ ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *