ନିର୍ବାଚନ ସ୍ଥଗିତ ଖପ୍ପା ନବୀନ

ନିର୍ବାଚନ ସ୍ଥଗିତ ଖପ୍ପା ନବୀନ

ନିର୍ବାଚନକୁ ଭୟ କରୁଛି ଭାରତୀୟ ଜନତା ପାର୍ଟି । ରଚୁଛି ଅନାସ୍ଥା ଷଡଯନ୍ତ୍ର ଆଉ ନିଜ ଜାଲରେ ନିଜେ ଫସୁଛି ବିଜେପି । ଅଭିଯୋଗ କଲେଣି ବିରୋଧି ନିର୍ବାଚନ ପ୍ରକ୍ରିୟାକୁ ହତ୍ୟା କରିବାରେ ଲାଗିଛି ଶାସକ ଦଳ । ସକାଳେ ବାହାରିଲା ଉପନିର୍ବାଚନ ବିଜ୍ଞପ୍ତି ହେଲେ ମାତ୍ର 4 ଘଣ୍ଟା ପରେ ଖବର ପ୍ରକାଶ ପାଇଲା ନିର୍ବାଚନ ସ୍ଥଗିତ । ସଅଳ ମୌସୁମୀ ଆସିଥିବା କାରଣ ଦର୍ଶାଇ ନିର୍ବାଚନକୁ ସ୍ଥଗିତ ରଖାଗଲା । ଯାହାପରେ ତେଜିବାରେ ଲାଗିଥିଲା ରାଜ୍ୟ ରାଜନୀତି । ସଅଳ ମୌସୁମୀ ଆସି ପାଗ ସିନା ଥଣ୍ଡା ହୋଇଗଲା କିନ୍ତୁ ରାଜ୍ୟ ରାଜନୀତିର ତାତି ଏବେ ବି ଉଷ୍ମ । ଶାସକ ଦଳର ଦୋଷ ଦୁର୍ବଳତାକୁ ଧରିବାକୁ ଗୋଟିଏ ବି ମୌକାକୁ ହାତଛଡା କରୁନାହାନ୍ତି ବିରୋଧି ଦଳ ।

କେତେବେଳେ ସରକାରଙ୍କ ବିରୁଦ୍ଧରେ ଗର୍ଜନ ତର୍ଜନ କରି ରାଜଭବନରେ ବସୁଛି ବିଜେଡି ତ ଆଉ କେତେବେଳେ ରାଜଧାନୀ ରାଜରାସ୍ତା କମ୍ପାଉଛି କଂଗ୍ରେସ ଦଳ । ଗାଁ ଗାଁରେ ବିକାଶ କାମ ଠପ କରି ନେତାଙ୍କୁ ନିଜ ଦଳକୁ ଆଣିବାକୁ ପ୍ରୟାସ କରୁଛି ବିଜେପି । ବିଜେପିର ହୀନ ଚକ୍ରାନ୍ତ ପାଇଁ ଆଜି ସାଧାରଣ ଜନତା ହନ୍ତସନ୍ତ । ମାତ୍ର କେଇଟା ଦିନ ପରେ ସରକାରକୁ ରାଜ୍ୟରେ ବର୍ଷେ ପୂରିବାକୁ ଯାଉଛି କିନ୍ତୁ ଏବେ ପର୍ଯ୍ୟନ୍ତ ସରକାରୀ ଦଳର ସାଙ୍ଗଠନିକ ନିର୍ବାଚନ ଶେଷ ହୋଇପାରିଲା ନା ପଞ୍ଚାୟତ ଉପନିର୍ବାଚନ ଆରମ୍ଭ ହେଲା । ସୂଚନା ମୁତାବକ ସାଧାରଣ ନିର୍ବାଚନର ଛଅମାସ ମଧ୍ୟରେ ପଞ୍ଚାୟତ ଉପନିର୍ବାଚନ ହେବା ଉଚିତ କିନ୍ତୁ ଏ ସରକାରକୁ ଛଅମାସ ଯାଇ ବର୍ଷେ ପୂରିଗଲା ହେଲେ ପଞ୍ଚାୟତ ଉପନିର୍ବାଚନ ହୋଇପାରିଲା ନାହିଁ । ବରଂ ନିର୍ବାଚନକୁ ବାଟବଣା କରିବା ପାଇଁ ବିଜେପିର କିଛି କୁଚକ୍ରୀ ଗୋଷ୍ଠୀ ଗାଁ ଗାଁ ରେ ଅନାସ୍ଥା ଭୋଟ ଆଗତ କରୁଛନ୍ତି । ହେଲେ ସେହି ଷଡଯନ୍ତ୍ରରେ ମଧ୍ୟ ସଫଳ ହୋଇପାରୁନାହିଁ ଭାରତୀୟ ଜନତା ପାର୍ଟି ।

ତେବେ ପଞ୍ଚାୟତ ଉପନିର୍ବାଚନକୁ ସ୍ଥଗିତ ରଖିବା ପରେ ଚିହିଁକି ଉଠିଛି ଦୁଇ ବିରୋଧି ଦଳ । ସରକାରଙ୍କୁ ତୀର ମାରିବା ଶହ ପ୍ରଶ୍ନ କରିଛନ୍ତି । ବର୍ଷେ ପୂରାଣି ଉତ୍ସବରେ ମାତିଥିବା ସରକାର ପଞ୍ଚାୟତ ଉପନିର୍ବାଚନକୁ ହେୟଜ୍ଞାନ କରୁଥିବା ଅଭିଯୋଗ କରିଛନ୍ତି ଦୁଇ ବିରୋଧି ବିଜେଡି ଓ କଂଗ୍ରେସ ।

author

Related Articles

Leave a Reply

Your email address will not be published. Required fields are marked *