ନିଲମ୍ୱନ ହେବେ କି ସସ୍ମିତ ?ଘେରିଗଲେ ଲୋକେ ଉଠି ଆସିଲେ ନବୀନ !

ନିଲମ୍ୱନ ହେବେ କି ସସ୍ମିତ ?ଘେରିଗଲେ ଲୋକେ ଉଠି ଆସିଲେ ନବୀନ !

ଦିଲ୍ଲୀରୁ ରାଗ ତମତମ ହୋଇ ଭୁବନେଶ୍ୱର ଫେରିଲେ ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାଁ । କାହିଁକି ବିଜେପିକୁ ଭୋଟ ଦେଲେ ସସ୍ମିତ ପାତ୍ର ? ସଂସଦୀୟ ଦଳର ବୈଠକରେ ବିଲ ବିପକ୍ଷରେ ଭୋଟ ଦେବା ପାଇଁ କୁହାଯାଇଥିଲା କିନ୍ତୁ ସସ୍ମିତ ପାତ୍ର ଏମିତି କାହିଁକି କଲେ ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟସଭା ସାଂସଦ ମୁନ୍ନା ଖାଁ । ସସ୍ମିତଙ୍କ ଉପରେ ବର୍ଷିଲେ ସିଧା ଯାଇ ନବୀନ ନିବାସରେ ପହଞ୍ଚିଲେ । ବିଜେଡି ସୁପ୍ରିମୋଙ୍କୁ ଜବାବ ମାଗିବା ସହ ସସ୍ମିତଙ୍କ ନିଲମ୍ୱନ ଦାବି କରିଛନ୍ତି ମୁନ୍ନା ।

ଗଣମାଧ୍ୟମ ପ୍ରତିକ୍ରିୟାରେ ମୁନ୍ନା ଖାଁ କହିଛନ୍ତି କି ବିଜୁ ବାବୁଙ୍କ ନାଁରେ ତିଆରି ହୋଇଥିବା ବିଜେଡି ହେଉଛି ଧର୍ମ ନିରପେକ୍ଷ ଦଳ । ନବୀନ ବାବୁ ହେଉଛନ୍ତି ଧର୍ମ ନିରପେକ୍ଷ ନେତା । ପାର୍ଲାମେଣ୍ଟ ଆରମ୍ଭ ପୂର୍ବରୁ ନବୀନ ନିବାସରେ ସଂସଦୀୟଦଳ ବୈଠକ ବସିଥିଲା ଏବଂ ୱାକଫ୍ ବିଲକୁ ବିରୋଧ କରିବ ବିଜେଡି ବୋଲି ସବୁ ରାଜ୍ୟସଭା ସଦସ୍ୟଙ୍କୁ ସୁପ୍ରିମୋ କହିଥିଲେ । ଏପରିକି ବିଲ୍ ବିରୋଧରେ ଭୁବନେଶ୍ୱରରେ ଏକ ରାଲି କରିବାକୁ ଆମ ନେତା ମୋତେ ଅନୁମତି ଦେଇଥିଲେ । ଯେତେବେଳେ ରାଜ୍ୟସଭାରେ ବିଲ୍ ଆସିଲା ମୁଁ ବିରୋଧ କଲି । କିନ୍ତୁ ସଂସଦୀୟ ଦଳ ନେତା ସସ୍ମିତ ପାତ୍ର ଟ୍ୱିଟ୍ କଲେ ଯେ, ବିବେକ ଅନୁସାରେ ଭୋଟ୍ ଦିଅନ୍ତୁ । ଏହାକୁ ମୁଁ ଦୃଢ଼ ଭାବେ ଖଣ୍ଡନ କରୁଛି । ଟ୍ୱିଟ୍ କରିବା ପରଠୁ ଏଯାଏଁ ତାଙ୍କୁ ମୁଁ ପାଉନି ।

ନିଜର ମୁସଲିମ ସମ୍ପଦ୍ରାୟର ଲୋକଙ୍କୁ ଧରି ବିମାନବନ୍ଦରରୁ ସିଧା ଯାଇ ନବୀନ ନିବାସରେ ପହଞ୍ଚିଥିଲେ ମୁନ୍ନା ଖାଁ । ବିଜେଡି ସୁପ୍ରିମୋଙ୍କୁ ଭେଟିବା ସହିତ ସସ୍ମିତଙ୍କ ନିଲମ୍ବନ ଦାବି କରିଛନ୍ତି ମୁନା । ମୁନ୍ନା ଖାଁଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ସେ କହିଛନ୍ତି, ସଂଖ୍ୟାଲଘୁଙ୍କ ସ୍ବାର୍ଥ ଆମର ପ୍ରାଥମିକତା । ଦୁଇ ଦିନ ଭିତରେ ରାଜ୍ୟସଭାରେ ୱକଫ୍ ବିଲ୍‌ ସମର୍ଥନରେ ବିଜେଡିର କେତେକ ସାଂସଦ ଭୋଟ୍ ଦେବା ଘଟଣାର ସମାଧାନ କରିବି । ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ । ତେବେ ଗୋଟିଏ ପଟେ ଦଳ ଭିତରେ ମତଭେଦ ଆରମ୍ଭ ହୋଇଯାଇଥିବା ବେଳେ ବିଜେଡି ସୁପ୍ରିମୋ ନିଜର ନିରବତା ଭାଙ୍ଗିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଏହି ୱାକଫ ସଂଶୋଧନ ବିଲକୁ ନେଇ ଆଗକୁ ବିଜେଡିରେ କେଉଁ ଝଡ ସୃଷ୍ଟି ହେଉଛି ।

author

Related Articles

Leave a Reply

Your email address will not be published. Required fields are marked *