ନିଶ୍ଚିନ୍ତକୋଇଲିରେ ଖୋଲିଲା ଧାନ ମଣ୍ଡି

ନିଶ୍ଚିନ୍ତକୋଇଲିରେ ଖୋଲିଲା ଧାନ ମଣ୍ଡି

ନିଶ୍ଚିନ୍ତକୋଇଲି ବ୍ଲକ ଅଧୀନ ବନ୍ଧକାଟିଆ ସେବାସମବାୟ ସମିତି ଆନୁକୂଲ୍ୟରେ ଧାନମଣ୍ଡି ଖୋଲିଛି | ସମିତିର ସମ୍ପାଦକ ଶିଶିର କୁମାର ସ୍ବାଇଁଙ୍କ ପୌରହିତ୍ୟରେ ସମିତିର ସଭାପତି ଦିଲ୍ଲୀପ ବିଶାଳ ଏହାକୁ ଉଦଘାଟନ କରିଛନ୍ତି। ମଣ୍ଡି ସୁପରଭାଇଜର ଅତିରିକ୍ତ ତହସିଲଦାର ଅଭୟ ପଢ଼ିହାରୀଙ୍କ ଉପସ୍ଥିତିରେ ସରକାରଙ୍କ ନୀତିନିୟମ ଅନୁଯାୟୀ ପ୍ରଥମ ଦିନରେ ୧୨ଜଣ ଚାଷୀଙ୍କ ଠାରୁ ୪୪୦କୁଇଣ୍ଟାଲ ଧାନ ମୁରଲାଧର ଗ୍ରେନସ ମିଲରକୁ ବିକ୍ରୟ କରାଯାଇଛି । ମଣ୍ଡିର ନୋଡ଼ାଲ ଅଫିସର ଲଳିତନାରାୟଣ କର, ଧାନ କ୍ରୟ କମିଟିର ସଭ୍ୟ ରବୀନ୍ଦ୍ରନାଥ ତ୍ରିପାଠୀ, ଲକ୍ଷ୍ମୀନାରାୟଣ ସାହୁ, ଗୋଲଖଚନ୍ଦ୍ର ବେହେରା, ବ୍ରଜବନ୍ଧୁ ବେଉରା ପ୍ରମୁଖ ଉପସ୍ଥିତ ହୋଇ ଏହାର ତନଖ୍ କରିଥିଲେ। ଚଳିତବର୍ଷ ଏହି ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ବନ୍ଧକାଟିଆ, ତିଳକଣା ଓ ବାଲିଆପଦା ପଞ୍ଚାୟତର ୬୦୪ ଜଣ ଚାଷୀ ନାମ ପଞ୍ଜିକୃତ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୫ ହଜାର ୯ ଶହ କୁଇଣ୍ଟାଲ ଧାନ ବିକ୍ରି ପାଇଁ ସରକାରୀ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସମିତିର ଉପସଭାପତି ମମତା କର, ସଭ୍ୟ ସୁକାନ୍ତ ଓଝା, ଅନିତା ଜେନା, ବୈଷ୍ଣବ ବରାଳ, ମଳୟ ଦାସ, ଡିଇଓ ଜ୍ଞାନରଞ୍ଜନ ଦାସ ଓ ପ୍ରିୟଦର୍ଶିନୀ ଓଝା ମଣ୍ଡି ପରିଚାଳନା କରିଥିଲେ | ଆରଏମସି କର୍ମଚାରୀ ବ୍ରଜମୋହନ ପଣ୍ଡା, ଜୟଦେବ ବିଶ୍ଵାଳ, ଅମୂଲ୍ୟ ମଲିକ ଓ ଅପରୂପା ଜେନା ଧାନର ମାନ ପରୀକ୍ଷା କରିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *