ନୀତୀଶଙ୍କୁ ନେଇ ଚିନ୍ତାରେ ଇଣ୍ଡିଆ ମେଣ୍ଟ

ନୀତୀଶଙ୍କୁ ନେଇ ଚିନ୍ତାରେ ଇଣ୍ଡିଆ ମେଣ୍ଟ

ବିହାର ରାଜନୀତିରେ ବଡ ହଲଚଲ । ନୀତିଶଙ୍କ ଚାଲକୁ ନେଇ କନଫ୍ୟୁଜ ଆରଜେଡି। କନଫ୍ୟୁଜ ବିହାରବାସୀ, କନଫ୍ୟୁଜ ଇଣ୍ଡିଆ ମେଣ୍ଟ ସଦସ୍ୟ। ଆରଜେଡି ସହ ନୀତିଶଙ୍କ ଦୂରତ୍ବ ଯେତିକି ବଢି ଚାଲିଛି , ବିଜେପି ସହ ସେତିକି ନିକଟତର ହେଉଛନ୍ତି ନୀତିଶ । ଦେଢ ବର୍ଷ ତଳେ ବିଜେପି ସହ ସମ୍ପର୍କ ତୁଟାଇ ମେଣ୍ଟ ଭାଙ୍ଗି ଆରଜେଡି ସହ ମିଶି ସରକାର ଗଢିଥିଲେ ନୀତିଶ କୁମାର। ଏବେ ପୁଣି ବିଜେପି ସହ ମିଶି ସରକାର ଗଢିବାକୁ ଯାଉଥିବା ଚର୍ଚ୍ଚା ହେଉଛି।କୁହାଯାଉଛି, ଜେଡିୟୁ ଓ ବିଜେପି ମଧ୍ୟ ରେ ଡିଲ୍ ସରିଛି। ଜେଡିୟୁ ବିଜେପି ଏକାଠି ହେଲେ ନୀତିଶ କୁମାର ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି। ଏପରିହେଲେ ସପ୍ତମ ଥର ମୁଖ୍ୟମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିବେ ନୀତିଶ। ସେପଟେ ନୀତିଶଙ୍କ ଦଳ ଡିଆଁକୁନେଇ ଚିନ୍ତାରେ ମହାଗଠବନ୍ଧନର ସଦସ୍ୟ। କାରଣ ନୀତିଶ ଆଗାମୀ ନିର୍ବାଚନରେ ଏନଡିଏକୁ ମାତ୍ ଦେବାପାଇଁ ସମସ୍ତ ଏନଡିଏ ବିରୋଧୀଙ୍କୁ ନେଇ ଇଣ୍ଡିଆ ମେଣ୍ଟ ଗଠନ କରିଥିଲେ । ଏବେ ନିଜେ ହିଁ ମେଣ୍ଟରୁ ଓହରି ଯାଉଥିବାରୁ ଏହା ମେଣ୍ଟର ସଦସ୍ୟଙ୍କ ନିଦ ହଜାଇ ଦେଇଛି। ତେବେ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ‘ଇଣ୍ଡି’ ମେଣ୍ଟକୁ ଗୋଟିଏ ପରେ ଗୋଟିଏ ଛଟ୍‌କା ଲାଗୁଛି। ଗତ ଦୁଇ ଦିନରେ ଦୁଇ ପ୍ରମୁଖ ନେତା ମମତା ବାନାର୍ଜୀ ଏବଂ ଅରବିନ୍ଦ କେଜ୍ରିୱାଲ କଂଗ୍ରେସ ସହ ପଞ୍ଜାବ ଏବଂ ପଶ୍ଚିମବଙ୍ଗରେ ମେଣ୍ଟ କରିବାକୁ ମନା କରି ଦେଇଥିଲେ। ଏବେ ଇଣ୍ଡିଆ ମେଣ୍ଟକୁ ଗଠନ କରିଥିବା ନୀତୀଶ ମଧ୍ୟ ଏଥିରୁ ଭିନ୍ନ ହେବାକୁ ଯାଉଛନ୍ତି। ଯେଉଁଥିରୁ ଆଗାମୀ ନିର୍ବାଚନରେ ବି ଏନଡିଏ ବାଜି ମାତ୍ କରିବା ନେଇ ରାସ୍ତା ସଫା ଥିବା ସ୍ପଷ୍ଟ ହେଉଛି।

author

Related Articles

Leave a Reply

Your email address will not be published. Required fields are marked *