ବର୍ଷାରେ ବେହାଲ ରାଜଧାନୀ । କିଛି ସ୍ଥାନରେ କୁଆପଥର ବର୍ଷା ବି ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଜନ ଜୀବନ ବାଧାପ୍ରାପ୍ତ ହୋଇଛି । ବଡ଼ ବଡ଼ ଗଛ ଭାଙ୍ଗି ପଡ଼ିଛି । ଗୋଟିଏ ପଟେ ବର୍ଷା ଯୋଗୁଁ ଖରା ଗରମରୁ ଲୋକଙ୍କୁ ଆଶ୍ବସ୍ତି ମିଳିଛି । ଅନ୍ୟପଟେ ବିଭିନ୍ନ ସ୍ଥାନରେ ପାଣି ଜମି ରହିବା କାରଣରୁ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖରାପ ପାଣିପାଗ ପାଇଁ ୪୦ଟି ବିମାନର ଗତିପଥ ବଦଳାଯାଇଛି । ସେହିପରି ୧୦୦ରୁ ଅଧିକ ବିମାନ ବିଳମ୍ବ ହୋଇଛି । ପ୍ରବଳ ବର୍ଷା ପବନ ନେଇ ଭାରତୀୟ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି ।

You can share this post!
author