ନୂଆବର୍ଷରୁ ବଢିବ ରାଜନୀତିର ତାତି, ନୂଆ ରୂପରେ ଆସୁଛନ୍ତି ନବୀନ…

ନୂଆବର୍ଷରୁ ବଢିବ ରାଜନୀତିର ତାତି, ନୂଆ ରୂପରେ ଆସୁଛନ୍ତି ନବୀନ…

ନୂଆ ବର୍ଷରେ ପୁଣି ହେବ ବିଜେଡିର ନବ କଳେବର । ନୂଆବର୍ଷରୁ ନୂଆ ରୂପରେ ରାଜନୀତିର ମଇଦାନକୁ ଓହ୍ଲାଇବେ ବିଜେଡି ନେତା । ଗତ ନିର୍ବାଚନରେ ଅପ୍ରତ୍ୟାଶିତ ଭାବରେ ହାରିବା ପରେ ଏବେ ବିଜେଡି ସୁପ୍ରିମୋ ଏବଂ ଦଳର ଆଗ ଧାଡିର ନେତାଙ୍କୁ ସଙ୍ଗଠନର ଚିନ୍ତା ଘାରିଛି । ଆଜି ବି ବିଜେଡି ପ୍ରତି ଲୋକଙ୍କ ଭଲ ପାଇବା ପୂର୍ବ ପରି ରହିଥିବାରୁ ବିଜେଡି ହାର ନମାନି ପୁଣି ନିଜ ଫର୍ମକୁ ଫେରିବାକୁ ଚେଷ୍ଟା ଚଳାଇଛି । ଖାସ କରି ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳର ବିକାଶ ପାଇଁ ଚିନ୍ତା ପ୍ରକଟ କରି ନିଜେ ଫୁଲ ଆକ୍ଟିଭ ରହୁଛନ୍ତି । ଦୀର୍ଘ ୨୪ ବର୍ଷ ଧରି ସରକାରରେ ଥାଇ ଯାହା କରିନଥିଲେ ଏବେ ବିରୋଧୀ ଆସନରେ ବସିବା ପରେ ସେହି ସବୁ କାମ କରି ସାଧାରଣ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । କେତେବେଳେ ପୂଜା ମଣ୍ଡପ ବୁଲୁଛନ୍ତି ତ ଆଉ କେତେବେଳେ ଗୁପଚୁପ ଷ୍ଟଲରେ ଗୁପଚୁପ ଖାଉଛନ୍ତି । ଯାହା ଦଳ ପାଇଁ ବେଶ୍‌୍ ପ୍ରଭାବକାରୀ ହେଉଛି ।

କିନ୍ତୁ ସଙ୍ଗଠନ ଭୁଷୁଡିବାର ଚିନ୍ତା ସତେ ଯେପରି ବିଜେଡି ନେତାଙ୍କ ମୁଣ୍ଡରେ ଚଡକ ପକାଉଛି । ଆଉ ଏସବୁକୁ ଦୃଷ୍ଟିରେ ରଖି ନବୀନ ବାରମ୍ବାର ବୈଠକ ଉପରେ ବୈଠକ ଡାକି ଦଳୀୟ ନେତାଙ୍କୁ ବିିଭିନ୍ନ ପ୍ରକାର ଦାୟିତ୍ୱ ଦେଉଛନ୍ତି । ପୁରୁଣା ସଙ୍ଗଠନକୁ ଭାଙ୍ଗିବା ସହ ନୂଆ ସଙ୍ଗଠନ ଗଠନ କରିବାର ପ୍ରକ୍ରିୟା ମଧ୍ୟ ଜାରି ରହିଛି । ସମନ୍ଵୟ କମିଟି ସହ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ କମିଟି ଗଠନ କରି ଦଳୀୟ କାର୍ଯ୍ୟକ୍ରମ ଜାରି ରହିଛି । ଅଧିକରୁ ଅଧିକ ସଦସ୍ୟ ସଂଗ୍ରହ ପାଇଁ ଦଳ ତତ୍ପର ହୋଇଛି । ବିଧାନସଭା ଶେଷ ଘୋଷଣା ପରେ ପରେ ଦଳୀୟ ବିଧାୟକଙ୍କୁ ନବୀନ ନିବାସ ଡକାଇ ଆଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ । ତୃଣମୂଳ ସ୍ତରରେ ଦଳୀୟ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ନବୀନ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନ ପରେ ଦଳର ପ୍ରଥମ ପର୍ଯ୍ୟାୟ ଜିଲ୍ଲା ସମୀକ୍ଷା ସରିଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟ ସମୀକ୍ଷା ମଧ୍ୟ ଆରମ୍ଭ ହୋଇଛି। କୁହାଯାଉଛି ସାଂଗଠାନିକ ନିର୍ବାଚନ ସରିବା ପରେ ନୂଆ ରୂପରେ ଆସିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି ବିଜେଡି।

ଅନ୍ୟପଟେ ବିଜେପି ଗତ ନିର୍ବାଚନରେ ଜିତିବା ପରେ ମଧ୍ୟ ନିଜ ସଙ୍ଗଠନକୁ ଆହୁରି ମଜବୁତ କରିବା ପାଇଁ ଗୋଟି ଚଳାଉଛି । ବାରମ୍ବାର ଦଳର ଶୀର୍ଷ ନେତୃତ୍ୱମାନେ ଓଡିଶାଗସ୍ତରେ ଆସି ନେତାମନ୍ତ୍ରୀଙ୍କୁ ଲୋକଙ୍କ ସହ ଯୋଡି ହୋଇ ରହିବାକୁ ମନ୍ତ୍ର ଦେଉଛନ୍ତି । ଏବଂ ବିଜେପି ନେତାମାନେ ଏହାକୁ କାର୍ଯ୍ୟରେ ଲଗାଉଛନ୍ତି । ଏପରିକି କୁହାଯାଉଛି କି ନୂଆ ବର୍ଷରେ ରାଜ୍ୟ ବିଜେପିର ମଙ୍ଗୁଆଳ ମଧ୍ୟ ପରିବର୍ତନ ହୋଇପାରନ୍ତିା ମନମୋହନ ସାମଲଙ୍କ ପରିବର୍ତେ ଅନ୍ୟ ନେତାଙ୍କୁ ଦାୟିତ୍ୱ ମିଳିବାର ଯେତିକି ଆଶଙ୍କା କରାଯାଉଛି ସେତିକି ମନମୋହନ ସାମଲ ପୁଣି ଥରେ ଦଳର ଦାୟିତ୍ୱ ନେଇପାରନ୍ତି ବୋଲି ସମ୍ଭାବନା ରହିଛି । ତେବେ ଦେଖାଯାଉ ଦୁଇ ଦଳର ଏହି ନବକଳେବର ରାଜ୍ୟରାଜନୀତିରେ କେଉଁ ନୂଆ ମୋଡ ଆଣୁଛି ଏବଂ ନୂଆବର୍ଷରେ ରାଜ୍ୟରେ କଣ ପରିବର୍ତନ ଆସୁଛି ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *