ଆଗକୁ ନୂଆବର୍ଷ ଏବଂ ନୂଆବର୍ଷ ପାଇଁ କଟକଣା ଲାଗୁ କଲା କମିଶନରେଟ ପୋଲିସ। ରାଜଧାନୀର ବାର ଓ ହୋଟେଲ ମାଲିକ ମାନଙ୍କୁ ନେଇ ଡିସିପିଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । କିଭଳି ଜିରୋ ନାଇଟ ସେଲିବ୍ରେସନ ହେବ ସେ ନେଇ ଆଲୋଚନା ହୋଇଛି । ବାର ଓ ହୋଟେଲିୟର ମାନଙ୍କୁ ସ୍ଵତନ୍ତ୍ର ଗାଇଡ଼ ଲାଇନ ଜାରିକରିଛି କମିଶନରେଟ ପୋଲିସ। ରାତି 12.30 ପର୍ଯ୍ୟନ୍ତ ମିଳିବ ଅନୁମତି ଯେଉଁମାନେ 1.30 ପର୍ଯ୍ୟନ୍ତ ଖୋଲିବା ପାଇଁ ଚାହିଁବେ ତେବେ ସେଥିପାଇଁ ସ୍ଵତନ୍ତ୍ର ଅନୁମତି ନେବାକୁ ପଡିବ। ପାର୍କିଂଗ ପାଇଁ ସ୍ଵତନ୍ତ୍ର ସିକ୍ୟୁରୀଟି ବ୍ୟବସ୍ଥା କରାଯାଇଛି ଏବଂ ଆସୁଥିବା ଗ୍ରାହକଙ୍କ ମାତ୍ରାଧିକ ମଦ୍ୟପାନ ପ୍ରତି ଧ୍ୟାନ ଦେବେ ଭୁବନେଶ୍ୱର ପୋଲିସ ।

You can share this post!
author