ଖୁବଶୀଘ୍ର ଜାହ୍ନବୀଙ୍କୁ ଏକ ନୂଆ ପ୍ରୋଜେକ୍ଟରେ ଦେଖିବାକୁ ମିଳିବ | ଆଗକୁ ତାଙ୍କର ଫିଲ୍ମି ଉଲଝ ଆସିବାକୁ ଯାଉଛି | ଯାହାର ଫାଷ୍ଟଲୁକ ଜାହ୍ନବୀ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି | ଏଥିରେ ଜାହ୍ନବୀଙ୍କୁ ଜଣେ ଆଏଫଏସ ଅଫିସର ଭୂମିକାରେ ଦେଖିବାକୁ ମିଳିବ | ଫିଲ୍ମିର ନିର୍ଦ୍ଦେଶନା ସୁଧାଂଶୁ ସରିଆ ଦେଇଥିବାବେଳେ ଏହାକୁ ଜଙ୍ଗଲୀ ଫିକଚର୍ସ ପ୍ରଡ୍ୟୁସ କରିଛି | ଏହି ଫିଲ୍ମିରେ ଜାହ୍ନବୀଙ୍କ ବ୍ୟତୀତ ଗୁଲଶନ ଦୈଵୟା ଓ ରୋୖଶନ ମେଥ୍ୟୁ ମଧ୍ୟ ନଜର ଆସିବେ | ଫିଲ୍ମୀକୁ ନେଇ ଜାହ୍ନବୀ ବେଶ ଉତ୍ସାହିତ ଥିବା ତାଙ୍କ ସୋସିଆଲ ମିଡ଼ିଆ ପୋଷ୍ଟରୁ ଜଣାପଡୁଛି | ଚଳିତ ମାସରୁ ଫିଲ୍ମିର ଶୁଟିଂ ଆରମ୍ଭ ହେବା ନେଇ ସୂଚନା ରହିଛି | ଜାହ୍ନବୀଙ୍କ ପୋଷ୍ଟରେ ବହୁ ବଲିଉଡ ସେଲିବ୍ରିଟି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି | ଜଣେ ଆଇଏଫଏସ ଅଫିସରର ଜୀବନ ଓ ତାକୁ କାର୍ଯ୍ୟକ୍ଷେତ୍ରରେ ମିଳୁଥିବା ବିଭିନ୍ନ ଚାଲେଞ୍ଜ ବିଷୟରେ ହିଁ ଫିଲ୍ମିରେ ବର୍ଣ୍ଣନା କରାଯାଇଛି | ଫିଲ୍ମଟିକୁ ନେଇ ଜାହ୍ନବୀଙ୍କ ସହ ପୂରା ଟିମ ବେଶ ଆଶାବାଦୀ ଅଛନ୍ତି |
