ନୂଆ ବର୍ଷରେ ତିନି ଦଳଙ୍କ ନୂଆ ପ୍ଲାନ…..ନବୀନ ବନାମ ମୋହନ କାହାକୁ ସାଥ୍ ଦେବ 2025 ?

ନୂଆ ବର୍ଷରେ ତିନି ଦଳଙ୍କ ନୂଆ ପ୍ଲାନ…..ନବୀନ ବନାମ ମୋହନ କାହାକୁ ସାଥ୍ ଦେବ 2025 ?

ଆସୁଛି ନୂଆ ବର୍ଷ ଅପେକ୍ଷାରେ ବିଜେଡି-ବିଜେପି-କଂଗ୍ରେସ । ନୂଆ ବର୍ଷରେ ସାମ୍ନାକୁ ଆସିବ ତିନି ରାଜନୈତିକ ଦଳଙ୍କ ନୂଆ ପ୍ଲାନ । ବିଜେପି-କଂଗ୍ରେସରେ ଚାଲିଛି ମୁଖିଆ ଚୟନ କସରତ ସେପଟେ ନୂଆ ବର୍ଷରେ ନୂଆ ରୂପରେ ଆସୁଛି ବିଜୁ ଜନତା ଦଳ ସେଥିପାଇଁ ଆରମ୍ଭ ହୋଇଯାଇଛି ଜୋରଦାର ପ୍ରସ୍ତୁତି । ନବ ବର୍ଷ କାହା ପାଇଁ ହେବ ଲକି ? କାହା ପାଇଁ ସାଜିବ ଅନଲକି ? ମାତ୍ର ଦିନକେଇଟା ପରେ ଶେଷ ହେବାକୁ ବସୁଛି 2024 ବର୍ଷ । ସମସ୍ତେ ଉତ୍ସୁକତାର ସହିତ ନବବର୍ଷକୁ ଅପେକ୍ଷା କରି ରହିଥିବା ବେଳେ ରାଜନୈତିକ ଦଳମାନଙ୍କ ଅଙ୍କକଶା ଚାଲିଛି । ନିର୍ବାଚନକୁ ଛଅମାସ ବିତିଯାଇଛି କିନ୍ତୁ ଶାସକ ଦଳର ରାଜ୍ୟ ସଭାପତି ଚୟନ ପ୍ରକ୍ରିୟାରେ କୌଣସି ସ୍ଥିରତା ସାମ୍ନାକୁ ଆସୁନାହିଁ । ସେପଟେ ମୁଖିଆ ହୀନ ରାଜ୍ୟ କଂଗ୍ରେସ ଦିନ ପରେ ଦିନ ଗଡାଇ ଚାଲିଛି କିନ୍ତୁ ସଭାପତି ଚୟନ ହୋଇପାରୁନାହିଁ ।

ଅନ୍ୟପଟେ ନିର୍ବାଚନ ପରେ ଭୁଶୁଡିଥିବା ଗଡକୁ ସଜାଡିବା ପାଇଁ ଦୀର୍ଘ ଛଅମାସ ହୋଇଯିବ ଶଙ୍ଖଭବନରୁ ନବୀନ ନିବାସ ପର୍ଯ୍ୟନ୍ତ ବୈଠକ ପରେ ବୈଠକ ଚାଲିଛି । କିନ୍ତୁ ବିଜେଡିକୁ କିଛି ବି ସୁଫଳ ମିଳୁନାହିଁ । ରାଜ୍ୟସଭା ସାଂସଦଙ୍କ ଠାରୁ ଆରମ୍ଭ କରି ତୃଣମୂଳ ସ୍ତରର କର୍ମୀମାନେ ବିଜେଡି ଛାଡି ବିଜେପିରେ ସାମିଲ ହେଉଛନ୍ତି । କିନ୍ତୁ ଭୁଶୁଡୁଥିବା ଗଡରେ ନାହିଁ ନବୀନଙ୍କ ଆୟତ୍ତ । ହାରିବା ପରେ ନବୀନଙ୍କ ଲୋକପ୍ରିୟତା ବଢିଛି ସତ ହେଲେ ବିଜେଡି ଗଡ ଧୀରେ ଧୀରେ ଭୁଶୁଡିବାରେ ଲାଗିଛି । ଯେଉଁଥିପାଇଁ ନବୀନ ନିବାସରେ ଚାଲିଛି କସରତ ଆସନ୍ତା ଜାନୁୟାରୀରୁ ନୂଆ ରୂପରେ ଆସୁଛନ୍ତି ବିଜେଡି ସୁପ୍ରିମୋ ।

ଭାରତୀୟ ଜନତା ପାର୍ଟି ସରକାର ଉପରେ ଯଦି ନଜର ପକାଇବା ଶାସକ ଦଳକୁ ଆସିବା ପରେ ବିଜେପିର ଅନ୍ତଃକନ୍ଦଳ ବଢିବାରେ ଲାଗିଛି । ବିଧାୟକ,ସାଂସଦ ଓ ଦଳର ମୁଖପାତ୍ର ମାନେ ମଧ୍ୟ ନିଜ ଦଳ ଉପରେ ଅସନ୍ତୋଷ ଜାହିର କରୁଛନ୍ତି । ସେପଟେ ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ସବୁକୁ ପୂରଣ କରିବାରେ ଫେଲ ମାରୁଛି ବିଜେପି । ସୂଚନା ପ୍ରକାରେ ପ୍ରତି ଦୁଇ ବର୍ଷରେ ଥରେ ରାଜ୍ୟ ସଭାପତି ନିର୍ବାଚନ ହୁଏ କିନ୍ତୁ ଚଳିତ ଥର ଏବେ ପର୍ଯ୍ୟନ୍ତ ବିଜେପି ରାଜ୍ୟ ସଭାପତିଙ୍କ ନାମ ଘୋଷଣା ନହେବା ଶାସକ ଦଳକୁ ଆହୁରି ଚର୍ଚ୍ଚାକୁ ଟାଣିଛି ।

ତେବେ ରାଜ୍ୟ ରାଜନୀତିରେ ତିନି ରାଜନୈତିକ ଦଳକୁ 2025 ବର୍ଷ କେତେ ସାଥ୍ ଦେଉଛି କାହା ପାଇଁ ଲକି ସାଜୁଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *