ନୂଆ ବର୍ଷରେ ଦୁଇ ମୋହନଙ୍କ ନବକଳେବର… ନବୀନଙ୍କୁ ଫଲୋ କଲେ ପଛରେ ପଡିଲେ !

ନୂଆ ବର୍ଷରେ ଦୁଇ ମୋହନଙ୍କ ନବକଳେବର… ନବୀନଙ୍କୁ ଫଲୋ କଲେ ପଛରେ ପଡିଲେ !

ସରକାରକୁ ଆସିବା ପରେ ପଛରେ ପଡିଯାଇଛି କି ବିଜେପି ? ନିଜ ସଙ୍ଗଠନକୁ ସୃଦୁଢ କରିବାରେ କାହିଁକି ବିଳମ୍ୱ କରୁଛି ରାଜ୍ୟ ବିଜେପି ? ମନମୋହନଙ୍କ ଉପରେ ନାହିଁ କି ମୋହନଙ୍କ ଭରସା ? ନୂଆ ବର୍ଷରେ ହେବ କି ବିଜେପିର ନବକଳେବର ?  ବିଜେପି ସରକାରକୁ ଛଅମାସ ବିତିଗଲା କିନ୍ତୁ ଏବେ ପର୍ଯ୍ୟନ୍ତ ରାଜ୍ୟ ବିଜେପିର ନୂଆ ରାଜ୍ୟ ସଭାପତି ନିଯୁକ୍ତ ହେବାରେ ବିଳମ୍ୱ କାହିଁକି ହେଉଛି ବୋଲି ରାଜନୈତିକ ବୟାନ ବାଜି ଆରମ୍ଭ ହୋଇଯାଇଛି ।

ଗୋଟିଏ ପଟେ ବିରୋଧି ବିଜୁ ଜନତା ଦଳ ନିଜର ସଭାପତିଙ୍କ ନେତୃତ୍ୱରେ ବିଜେଡି ସଙ୍ଗଠନକୁ ମଜଭୁତ କରିବାରେ ଲାଗିଛନ୍ତି । ସେ ଜନସମ୍ପର୍କ ବୃଦ୍ଧି ହେଉ ଅବା ଶଙ୍ଖ ଭବନରୁ ନବୀନ ନିବାସ ପର୍ଯ୍ୟନ୍ତ ମିଟିଙ୍ଗ ଉପରେ ମିଟିଙ୍ଗ ହେଉ ସବୁଠି ନବୀନଙ୍କ ସଙ୍ଗଠନ ସଜଡା ଉପରେ ଶାସକ ଦଳର ଦୃଷ୍ଟି ରହିଛି । କିନ୍ତୁ ନବୀନଙ୍କୁ ଫଲୋ କରି କରି ଆଜି ପଛରେ ପଡିଯାଇଛି ଶାସକ ଦଳ ।

ସୂଚନା ଅନୁଯାୟୀ ପ୍ରତି ଦୁଇ ବର୍ଷରେ ଥରେ ରାଜ୍ୟ ସଭାପତି ନିର୍ବାଚନ ହୁଏ ଏବଂ ନୂଆ ସଭାପତି ଦାୟିତ୍ୱ ନିଅନ୍ତି । କିନ୍ତୁ ରାଜ୍ୟ ବିଜେପିର ସଭାପତି ପଦକୁ ନେଇ ଏବେ ପର୍ଯ୍ୟନ୍ତ ଅଙ୍କକଶା ଜାରି ରହିଛି । ବାରମ୍ୱାର ଓଡିଶା ଗସ୍ତରେ ଆସୁଛନ୍ତି ବିଜେପିର ଶୀର୍ଷ ନେତୃତ୍ୱ,ଦଳୀୟ ନେତାଙ୍କୁ ଦେଉଛନ୍ତି କର୍ଣ୍ଣମନ୍ତ୍ର ହେଲେ ଦଳକୁ ଯୋଗ୍ୟ ମୁଖିଆ ଯୋଗାଇବା ପାଇଁ କାହିଁକି ଏତେ ବିଳମ୍ୱ ?

ସେପଟେ ପୁଣିଥରେ ଜାନୁୟାରୀ ମାସରେ ଓଡିଶା ଆସିବାକୁ ପ୍ରସ୍ତୁତ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବେ ଏବଂ ନିଜ ଦଳରେ ବିଭାଗ ଓ ଦାୟିତ୍ୱ ବଣ୍ଟନ ନେଇ ବଡ ନିଷ୍ପତ୍ତି ହୋଇପାରେ ବୋଲି କୁହାଯାଉଛି । ଅନ୍ୟପଟେ ପ୍ରଥମ ଥର ସରକାରୀ ଦଳକୁ ଆସିଥିବା ଭାରତୀୟ ଜନତା ପାର୍ଟିକୁ ଲାଗିଛି ନିର୍ବାଚନରେ ଜିତାଇଥିବା କିଛି ନେତ୍ୱତ୍ୱଙ୍କୁ ଏବେ ପର୍ଯ୍ୟନ୍ତ ଦଳ ତରଫରୁ କୌଣସି ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିନାହିଁ ଯେଉଁଥିପାଇଁ ଗୋଷ୍ଠୀ କନ୍ଦଳ ଉଗ୍ର ରୂପ ନେବାରେ ଲାଗିଛି ।

   କିଏ ହେବ ନୂଆ ରାଜ୍ୟ ସଭାପତି ? କାହା ମୁଣ୍ଡରେ ସୁନା କଳସ ଢାଳିବେ ମୋହନ ମୋଦି ଏହି ଚର୍ଚ୍ଚା ଭିତରେ ମନମୋହନ ସାମଲ ରିପିଟ ହେବେ ନା ଗୋଲକ ମହାପାତ୍ରଙ୍କୁ ଗୁରୁ ଦାୟିତ୍ୱ ଦିଆଯିବ ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *