ନୂଆ ରୂପରେ ଫେରୁଛନ୍ତି ବବି ବାଟବଣା ହେବେ ମୋହନ !

ନୂଆ ରୂପରେ ଫେରୁଛନ୍ତି ବବି ବାଟବଣା ହେବେ ମୋହନ !

ପୁଣିଥରେ ନିଜ ପାୱାରକୁ ଫେରିଲେ କି ବବି ?
କାହିଁକି ନବୀନଙ୍କ ପାଖେ ପାଖେ ନଜର ଆସୁଛନ୍ତି ପ୍ରଣବ ?
ପୂର୍ବରୁ କୋଣଠେସା ହୋଇ ରହୁଥି
ଲେ ଏବେ ଦଳର ନେତୃତ୍ୱ ନେଲେ

ହଁ ଆଜ୍ଞା ଆମେ କହୁଛୁ ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ କଥା । ଏକଦା ବିଜେଡିର ପାୱାରଫୁଲ ନେତା ଥିବା ପ୍ରଣବ ପ୍ରକାଶ ଦାସଙ୍କ ଚମକ 2024 ସାଧରଣ ନିର୍ବାଚନ ପରେ ଫିକା ପଡିଯାଇଥିଲା । ନିଜ ଦଳରେ ନଜର ଆସୁଥିଲେ ସୁଦ୍ଧା ଗୁରୁତ୍ୱପୂର୍ଣ୍ଣ ବୈଠକରେ ବବିଙ୍କୁ ସେତେଟା ଦେଖିବାକୁ ମିଳୁନଥିଲା । ନିର୍ବାଚନ ପରେ ସମସ୍ତ ରାଜ୍ୟସ୍ତରୀୟ କମିଟିକୁ ଭଙ୍ଗାଯିବା ଏବଂ ସେଥିରୁ ପ୍ରଣବ ପ୍ରକାଶ ଦାସ ବାଦ୍ ପଡିବା ପରେ ଗଣମାଧ୍ୟମର ଚର୍ଚ୍ଚା ବଢିଥିଲା । ପ୍ରଣବଙ୍କ ପକ୍ଷଛେଦନ କରୁଛନ୍ତି ନବୀନ ନେଇ ନାନା ଆଲୋଚନା ହେଉଥିଲା । କିନ୍ତୁ ନିଜ ଜିଲ୍ଲାରେ ବିଜେଡିକୁ ସଶକ୍ତ କରାଇବା ପାଇଁ ଲାଗପଡିଥିଲେ ବବି ଦାସ । କେବଳ ଯାଜପୁର ନୁହେଁ ବରଂ ଅନ୍ୟ ଜିଲ୍ଲା ମାନଙ୍କରେ ମଧ୍ୟ ନିଜ ଦଳ ବିଜେଡି ପାଇଁ ପ୍ରଚାର ପ୍ରସାର କରୁଥିଲେ ପରନ୍ତୁ ରାଜ୍ୟସ୍ତରୀୟ କମିଟିରେ ନଜର ନ ଆସିବା ଚର୍ଚ୍ଚା ବଢାଇଥିଲା । ହେଲେ ବର୍ତ୍ତମାନ ସମୟର ଚର୍ଚ୍ଚା କିଛି ଅଲଗା ଅଟେ । ନିର୍ବାଚନ ପୂର୍ବରୁ ନବୀନଙ୍କ ଆଗରେ ପଛରେ ରହୁଥିବା ବବି ଏବେ ପୁଣିଥରେ ବିଜେଡିରେ ସକ୍ରିୟ ନଜର ଆସୁଛନ୍ତି ।

ନବୀନଙ୍କ ପାଖେ ପାଖେ ରହୁଛନ୍ତି । ଦଳର ବଡ ବଡ ବୈଠକରେ ସାମିଲ ହେଉଛନ୍ତି । ଯଦି ଦେଖିବା ଡିଲିମିଟେସନମିଟିଂ ପାଇଁ ତାମିଲନାଡୁରୁ ଆସିଥିବା ନିମନ୍ତ୍ରଣ ସମୟରେ ସେହି ବୈଠକରେ ଉପସ୍ଥିତ ରହିଥିଲେ ପ୍ରଣବ ପ୍ରକାଶ ଦାସ ଓ ବିଜେଡିର ଦୁଇ ବରିଷ୍ଠ ନେତା ଦେବୀ ମିଶ୍ର ଏବଂ ସଞ୍ଜୟ ଦାସ ବର୍ମା । ଖାଲି ସେତିକି ନୁହେଁ ବରଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗ ସମୟରେ ମଧ୍ୟ ନବୀନ ସାଙ୍ଗରେ ଧର୍ମେନ୍ଦ୍ରଙ୍କ ବାସଭବନରେ ପହଞ୍ଚିଥିଲେ ପ୍ରଣବ ।

ବିଜେଡିରୁ ସାଇଡଲାଇନ ହୋଇରହୁଥିଲେ ପ୍ରଣବ ବୋଲି ଯେଉଁ କଥା ଉଠୁଥିଲା ଏସବୁ ଦୃଶ୍ୟ ଦେଖିବା ପରେ ଭୁଲ ପ୍ରମାଣିତ ହୋଇଛି । ତେବେ ଦେଖିବାକୁ ଅପେକ୍ଷା ପୂର୍ବ ପରି ପୁଣିଥରେ ବବି ନିଜ ଦଳର ନେତୃତ୍ୱ ନେଇ ବର୍ତ୍ତମାନର ସରକାରଙ୍କୁ ବାଟବଣା କରିବା ସଫଳ ହେଉଛନ୍ତି କି ନାହିଁ ?

author

Related Articles

Leave a Reply

Your email address will not be published. Required fields are marked *