ନୂତନ ଆଶା କର୍ମୀ ନିଯୁକ୍ତି ପାଇଁ ଦାବୀ

ନୂତନ ଆଶା କର୍ମୀ ନିଯୁକ୍ତି ପାଇଁ ଦାବୀ

ପ୍ର|ଥମିକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଶାକର୍ମୀମାନଙ୍କ ଗୁରୁତ୍ବ ପୂର୍ଣ୍ଣ ଭୂମିକା ରହିଛି | ବିଶେଷ କରି ଗର୍ଭ ସଂଚାରଣ ଠାରୁ ପ୍ରସବ କରିବା ପର୍ଯ୍ୟନ୍ତ ଆଶା କର୍ମୀ ମାନେ ମହିଳା ମାନଙ୍କୁ ମେଡିକାଲ୍ ନେବା, ଟୀକା କରଣ କରିବା, ପଞ୍ଜିକରଣ କରିବା, ବିଭିନ୍ନ ସର୍ବେ କରିବା ଆଦି ସରକାରୀ କାମ ଆଶାମାନଙ୍କ ଜରୀଆରେ ହୋଇଥାଏ | ଆଶାକର୍ମୀ ସଠିକ୍ ଭାବେ ଦାୟିତ୍ଵ ନ ତୁଲାଇଲେ ଗ୍ରାମବାସୀ ପ୍ର|ଥମିକ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଥିବା ରୁ ତୁରନ୍ତ ନୂତନ ଆଶା କର୍ମୀଙ୍କୁ ଚୟନ କରିବା ପାଇଁ ଦାବୀ ଉଠିଛି । ଏପରି ଏକ ଘଟଣା ଦେଖିବା କୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅର୍ନ୍ତଗତ କୁମ୍ଭାରୀ ଗାଁ ପଞ୍ଚାୟତ ର ଟୁଡୁ ବିଜୁ -2 କେନ୍ଦ୍ର ରେ।

ସୂଚନା ଅନୁଯାୟୀ ଟୁଡୁ ବିଜୁ ଗ୍ରାମର ଅଙ୍ଗନୱାଡି କେନ୍ଦ୍ର-୨ ରେ କାର୍ଯ୍ୟରତ ଆଶା କର୍ମୀ ଲକ୍ଷ୍ମୀ ବଡ଼ ମାଝୀ ପ୍ରାୟ ଦୁଇବର୍ଷ ହେବ କାର୍ଯ୍ୟରେ ଅବହେଳା କରିଆସୁଛନ୍ତି। ଗର୍ଭବତୀ ମହିଳା ମାନଙ୍କୁ ସଠିକ ଭାବେ ଡ଼ାକ୍ତରୀ ପରୀକ୍ଷା, ଟୀକା ପ୍ରଦାନ, ମାସିକ ସର୍ଭେ ରିପୋର୍ଟ, ଗ୍ରାମବାସୀଙ୍କୁ ଥଣ୍ଡା ମ୍ୟାଲେରିଆ ଜ୍ଵର ଆଦି ବିଭିନ୍ନ ରୋଗର ଶିକାର ହେଲେ ସାଧାରଣ ଔଷଧ ବଣ୍ଟନ ରେ ଅବହେଳା କରୁଥିବା ନେଇ ଗ୍ରାମ ବାସୀ ଅଭିଯୋଗ କରିଛନ୍ତି। ଏ ସଂପର୍କ ରେ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଗୋଷ୍ଠୀ ଜନସ୍ବାସ୍ଥ୍ୟ ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଲିଖିତ ଜଣା କରିଥିଲେ ମଧ୍ୟ ଏହାର ଆଶୁ ସମାଧାନ ହୋଇ ପାରିନାହିଁ । ପ୍ରାୟ ଏକ ମାସ ହେବ ପିରତି ମଲ୍ଲିକ ପ୍ରସବ ବେଦନାରେ ଛଟ ପଟ ହେଉଥିବା ବେଳେ ଆଶା କର୍ମୀ ଅନୁପସ୍ଥିତ ଥିବାରୁ ତାଙ୍କୁ ଗ୍ରାମବାସୀଙ୍କ ସହାୟତାରେ ଏକ ଅଟୋ ଯୋଗେ ମେଡ଼ିକାଲ ନେବା ବାଟରେ ସେ ପ୍ରସବ କରିଥିବା ଗ୍ରାମବାସୀ କହିଛନ୍ତି ,

ଏ ସମ୍ପର୍କ ରେ ସ୍ଥାନୀୟ ଆଶା କର୍ମୀ ଙ୍କୁ ଯୋଗାଯୋଗ କରିବାରୁ ସେ ମହିଳା ସ୍ୱାସ୍ଥ୍ୟ କର୍ମୀ ସହଯୋଗ କରୁ ନଥିବା ଏବଂ ବିଭିନ୍ନ ବ୍ୟକ୍ତିଗତ ସମସ୍ୟା ଥିବାରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି। କାର୍ଯ୍ୟ ରେ ଅବହେଳା କରି ଆସୁଥିବା ରୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏହାର ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି , ନଚେତ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *