ହଠାତ ରାତିଅଧିଆ କାହିଁକି ବୈଠକ ଡାକିଲେ କେଜ୍ରିୱାଲ ? ମେଳି ବାନ୍ଧିଲେ 70 ବିଧାୟକ ପ୍ରାର୍ଥୀ ? ବିଜେପିର ଅପରେସନ ଲୋଟସ ଚିନ୍ତାରେ ଅରବିନ୍ଦ କେଜ୍ରିୱାଲ ? ହଁ ଆଜ୍ଞା ଦିଲ୍ଲୀରେ କିଏ ଗଢିବ ସରକାର ? ଏକଜାଟ ପୋଲରେ ପରିଣତ ହେବ କି ଏକଜିଟ ପୋଲ ? ଏଭଳି ନାନା ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ଏକଜିଟ ପୋଲର ରିପୋର୍ଟ ଅନୁଯାୟୀ ଦିଲ୍ଲୀର 70 ଟି ବିଧାନସଭା କ୍ଷେତ୍ରରୁ ପ୍ରାୟ 35ରୁ 40 ଟି ସିଟ ବିଜେପି ହାତକୁ ଯାଉଛି । ଯାହାକି ଦିଲ୍ଲୀରେ ଆପ ସରକାରକୁ ହଟେଇ ବିଜେପି କ୍ଷମତାକୁ ଆସିବା ପାଇଁ ଯଥେଷ୍ଟ ଅଟେ । ବୁଥ ବାହୁଡା ମତ ଯାହା କହୁଛି ଦିଲ୍ଲୀରେ ଏଥର ବିଜେପି ହିଁ ସରକାର ଗଢିବ ।
ତେବେ ଏହାରି ଭିତରେ ଦିଲ୍ଲୀ ରାଜନୀତିରେ ଏକ ବଡ ଧରଣର ହଲଚଲ ଦେଖିବାକୁ ମିଳିଛି । ନିର୍ବାଚନର ଫଳାଫଳ ଆସିବା ପୂର୍ବରୁ 70 ପ୍ରାର୍ଥୀଙ୍କ ବୈଠକ ଡାକିଲେ ଅରବିନ୍ଦ କେଜ୍ରିୱାଲ । ମିଳିଥିବା ସୂଚନା ମୁତାବକ ଆମ ଆଦମୀ ପାର୍ଟି ନିଜର ସମସ୍ତ ବିଧାୟକ ପ୍ରାର୍ଥୀଙ୍କ ବୈଠକ ବସିବା ସହ ଏଥିରେ ଅଧକ୍ଷତା କରିଥିଲେ ଦଳର ମୁଖିଆ ଅରବିନ୍ଦ କେଜ୍ରିୱାଲ ଏବଂ ଏହି ବୈଠକରେ ବିଜେପିର ଅପରେସନ ଲୋଟସ ପ୍ରତି ସତର୍କ ରହିବା ପାଇଁ ସତର୍କ କରିଥିଲେ । ଗୋଟିଏ ପଟେ ବୁଥ ବାହୁଡା ମତ ବିଜେପି ସପକ୍ଷରେ ଯାଉଥିବା ବେଳେ ସରକାର ଭାଙ୍ଗିଯିବା ଭୟରେ ରହିଛନ୍ତି ଆମ ଆଦମୀ ପାର୍ଟି ।
ଅଧିକାଂଶ ଏକଜିଟ୍ ପୋଲରେ ଏଥର ଦିଲ୍ଲୀରେ ବିଜେପି ସରକାର ଗଠନ କରୁଥିବା କୁହାଯାଉଛି, ହେଲେ ଏହି ଏକଜିଟ୍ ପୋଲ୍ ଉପରେ ପ୍ରଶ୍ନ ଉଠାଇଛନ୍ତି କେଜ୍ରିଓ୍ୱାଲ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ଆସନ୍ତା ଶନିବାର ଦିଲ୍ଲୀ ବିଧାନସଭାର ରେଜଲ୍ଟ ଆସିବାକୁ ଯାଉଛି । ଆଉ ଏହା ପୂର୍ବରୁ ସରକାର ଗଢିବାକୁ ଅପରେସନ୍ ଲୋଟସ୍ କରିପାରେ ଭାରତୀୟ ଜନତା ପାର୍ଟି । କାହିଁକିନା ଆପର କିଛି ନେତାଙ୍କ ପାଖକୁ ଫୋନ ଆସିବା ଆରମ୍ଭ ହୋଇଯାଇଛି । ଆଉ ସେମାନଙ୍କୁ 15 କୋଟି ଲେଖାଏଁ ଟଙ୍କା ଦେଇ ନିଜ ଦଳରେ ସାମିଲ କରିବାକୁ ବିଜେପି ଚେଷ୍ଟା ଚଳାଇଥିବା ଅଭିଯୋଗ କରିଛନ୍ତି କେଜ୍ରିୱାଲ ।