ନେତାଙ୍କ କାନରେ ମନ୍ତ୍ର ଫୁଙ୍କିଲେ ମୋଦି, ଏପଟେ ଭିତ୍ତିରିଆ ଖେଳ କରିଦେଲେ ନବୀନ

ନେତାଙ୍କ କାନରେ ମନ୍ତ୍ର ଫୁଙ୍କିଲେ ମୋଦି, ଏପଟେ ଭିତ୍ତିରିଆ ଖେଳ କରିଦେଲେ ନବୀନ

ଧୀରେ ଧୀରେ ଆକ୍ଟିଭ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସିଧାସଳଖ ସାମ୍ନାକୁ ନଆସି ଇସାରାରେ ଫୁଲ ଆକ୍ଟିଭ ଥିବା ହିଣ୍ଟ ଦେଉଛନ୍ତି ନବୀନ । ଗତ ନିର୍ବାଚନରେ ଅପ୍ରତ୍ୟାଶିତ ଭାବରେ ହାରିବା ପରେ ନିଜ ସଙ୍ଗଠନକୁ ମଜବୁତ କରିବା ପାଇଁ ଖୋଦ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଅଣ୍ଟା ଭିଡିଛନ୍ତି । ଦଳକୁ ପୁଣି ଥରେ ମଜବୁତ କରିବା ପାଇଁ ନେତା କର୍ମୀଙ୍କୁ ଗୁରୁମନ୍ତ୍ର ଦେବା ସହ ତୃଣମୂଳ ସ୍ତରରେ ଭେଟୁଛନ୍ତି । ଏପରିକି କେତେବେଳେ ବାହାଘର ଭୋଜିରେ ନବୀନ ପଟ୍ଟନାୟକଙ୍କୁ ଦେଖିବାକୁ ମିଳୁଛି ତ ଆଉ କେତେବେଳେ ଗୁପଚୁପ ଖାଉଥିବାର ଦେଖିବାକୁ ମିଳୁଛି । ଆଉ ଏସବୁକୁ ନେଇ ରାଜନୀତି ସହ ତୁଳନା ମଧ୍ୟ କରାଯାଉଛି । ନବୀନ ଜାଣି ଜାଣି ଏପରି କରୁଥିବା ଏବଂ ସାଧାରଣ ଲୋକଙ୍କୁ ନିଜର ଉପସ୍ଥିତି ସମ୍ପର୍କରେ ଦର୍ଶାଉଥିବା କୁହାଯାଉଛି । ତେବେ ନଭେମ୍ବର ମାସରେ ନବୀନ ଗାଁକୁ ଗାଁ ବୁଲିବା ନେଇ କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ନଭେମ୍ବର ସରି ଡିସେମ୍ବର ଆସିଲାଣି । ହେଲେ ଏଯାଏଁ ନବୀନ ଗାଁରେ ପାଦ ଦେଲେନି । କିନ୍ତୁ ସାଧାରଣରେ ନିଜ ଜଲୱା ଦେଖାଇବାରେ ମାଷ୍ଟର ଥିବା ନବୀନ କିଛି ଭିତ୍ତିରିଆ ଗେମ୍ ରଚିଥିବା କୁହାଯାଉଛି । ଯାହାର ଉଦାହରଣ ନବୀନଙ୍କ ଆକ୍ଟିଭନେସରୁ ସ୍ପଷ୍ଟ ହୋଇପଡୁଛି । ଅନ୍ୟପଟେ ଏବେ ବି ବିଜେପି ନବୀନଙ୍କୁ ଭୟ କରୁଥିବା କୁହାଯାଉଛି । ଯେଉଁଥିପାଇଁ ବାରମ୍ବାର ଦିଲ୍ଲୀ ନେତାମାନେ ଓଡିଶା ଆସି ରାଜ୍ୟ ବିଜେପି ନେତାଙ୍କୁ କର୍ଣ୍ଣମନ୍ତ୍ର ଦେଉଥିବା ଦେଖିବାକୁ ମିଳୁଛି । କେତେବେଳେ ଜେପି ନଡ୍ଡା ତ ଆଉ କେତେବେଳେ ଅମିତ ଶାହା । ଏପରିକି ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଓଡିଶା ଗସ୍ତରେ ଆସି ଦଳୀୟ ନେତାଙ୍କୁ ଟ୍ୟୁସନ କରିବାକୁ ପଡୁଛି । ଯେଉଁଥିରୁ ଏବେବି ବିଜେପିକୁ ନବୀନ ଫୋବିଆ ଘାରିଥିବା ଚର୍ଚ୍ଚା ଚାଲିଛି । କିନ୍ତୁ ନବୀନ ଏସବୁକୁ କିଛି ଖାତିର ନକରି ବିନ୍ଦାସ ଭାବରେ ଗୋଟି ଚଳାଉଥିବା ଦେଖିବାକୁ ମିଳୁଛି । ତେବେ ଦେଖାଯାଉ ବିଜେପି ନେତାଙ୍କ କାନରେ ମୋଦି ଫୁଙ୍କିଥିବା ମନ୍ତ୍ର ନବୀନ ମ୍ୟାଜିକ ଆଗରେ କେତେ ପ୍ରଭାବଶାଳୀ ହେଉଛି ତା ଉପରେ ସଭିଙ୍କ ନଜର ।

author

Related Articles

Leave a Reply

Your email address will not be published. Required fields are marked *