ଗଣମାଧ୍ୟମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବିରୋଧରେ ମୁହଁ ଖୋଲିବା ପରେ ପୁଣି ସମୀର ଭାଇନା ପ୍ରଭାତୀ ଅପାଙ୍କ ବିରୋଧରେ ବଡ ମେଳି କରିଥିବା ଦେଖିବାକୁ ମିଳିଛି । ନିମାପଡାରେ ରାତି ଅଧିଆ ବନ୍ଧୁ ମିଳନ କାଯ୍ୟକ୍ରମ କରି ସମସ୍ତଙ୍କ ଛାତିରେ ଛନକା ସୃଷ୍ଟି କରିଛନ୍ତି ସମୀର । ଖାସ କରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବିରୋଧରେ ସମୀର ବନ୍ଧୁ ମିଳନ ନାଁରେ ବଡ ମେଳି କରିଥିବା ନେଇ ଚର୍ଚ୍ଚା ଚାଲିଛି । କାହିଁକି ନା ରାତି ଅଧିଆ ଏହି କାଯ୍ୟକ୍ରମରେ ଅନେକ ପୁରୁଣା ନେତା ଏବଂ କର୍ମୀ ସାମିଲ ରହିଛନ୍ତି । ନିମାପଡା ଗୋପ ବ୍ଲକର ବିଭନ୍ନ ପଞ୍ଚାୟତର ସଭାପତି, ନିମାପଡା ବ୍ଲକ ଚେୟାରମ୍ୟାନ, ନିମାପଡା ପୂବତନ ବ୍ଲକ ଉପାଧ୍ୟକ୍ଷଙ୍କ ସମେତ ଶତାଧିକ କର୍ମୀ ି ଏହି କାଯ୍ୟକ୍ରମରେ ସାମିଲ ହୋଇଥିବା ନଜର ଆସିଛନ୍ତି । କିନ୍ତୁ ହଠାତ୍ ସମୀର ଭାଇନା କାହିଁକି ଏମିତି ରାତି ଅଧିଆ ବନ୍ଧୁ ମିଳନ କାଯ୍ୟକ୍ରମ କଲେ, ଏହା ପଛରେ କିଛି ଅନ୍ୟ ଉଦ୍ଦେଶ୍ୟ ରହିଛି କି , ନା ପ୍ରଭାତୀଙ୍କ ମନରେ ଭୟ ସୃଷ୍ଟି କରିବା ପାଇଁ ସମୀର ଏପରି ମେଳି କରୁଛନ୍ତି ତାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହେଲାଣି ।
କାରଣ ନିମାପଡାରେ ପ୍ରଭାତୀଙ୍କ ତୁଳନାରେ ସମୀର ଦାସଙ୍କ ଜନ ସମ୍ପର୍କ ଏବଂ ଲୋକପ୍ରିୟତା ଅଧିକ ରହିଛି । ଯ।।ହା ଏହି ରାତି ଅଧିଆ ବୈଠକରେ ଶହ ଶହ ନେତା ସାମିଲ ହେବାକୁ ନେଇ ସ୍ପଷ୍ଟ ହୋଇପଡିଛି । ଏହା ସହ କିଛି ଦିନ ଧରି ପ୍ରଭାତୀ ଏବଂ ସମୀରଙ୍କ ମଧ୍ୟରେ ଯେଉଁ ତୁତୁ ମେମେ ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ଉଭୟ ଉଭୟଙ୍କୁ କାଉଣ୍ଟର କରୁଛନ୍ତି ସେଥିରୁ ଉଭୟଙ୍କ ମଧ୍ୟରେ ଥିବା ଭାଇ ଭଉଣୀ ସମ୍ପର୍କ ଏବେ ତିତ୍କତା ଆଡକୁ ଯାଉଥିବା ଚର୍ଚ୍ଚା ବି ଚାଲିଛି ।
ଅନ୍ୟପଟେ ଏହି ବନ୍ଧୁ ମିଳନ କାଯ୍ୟକ୍ରମ ମାଧ୍ୟମରେ ସମୀର ପଞ୍ଚାୟତ ନିବାଚନ ପାଇଁ ରେଡୀ ହେଉଥିବା ଏବଂ କିପରି ପଞ୍ଚାୟତ ସମିତି ସମୀରଙ୍କ ହାତରେ ରହିବ ସେନେଇ ମଧ୍ୟ ସମୀର ଯୋଜନା କରୁଥିବା ନିଜେ ମତବ୍ୟକ୍ତ କରିଛନ୍ତି । ଆଉ ଏଥିରୁ ଆଗକୁ ନିମାପଡା ରାଜନୀତିରେ ସମୀର ଭରସେସ୍ ପ୍ରଭାତୀ ଦେଖିବାକୁ ମିଳିବ ବୋଲି ସମ୍ଭାବନା ବଢି ବଢି ଗଲାଣି ।