ନେତା ଦେଲେ ଇସ୍ତଫା ଅଡୁଆରେ ନବୀନ-ନୀତିଶ

ନେତା ଦେଲେ ଇସ୍ତଫା ଅଡୁଆରେ ନବୀନ-ନୀତିଶ

ବିହାର ନିର୍ବାଚନ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାରଙ୍କୁ ବଡ ଝଟକା । ଗୋଟିଏ ପଟେ ସଂସଦରେ ପାରିତ ହୋଇଯାଇଛି ୱାକଫ ସଂଶୋଧନ ବିଲ । ଏହି ବିଲ ପାରିତ ହେବା ପରେ ଉଭୟ ରାଜ୍ୟ ଓ ଜାତୀୟ ରାଜନୀତିରେ ଆରୋପ ପ୍ରତ୍ୟାରୋପ ଲାଗିରହିଛି । ତେବେ ୱାକଫ ସଂଶୋଧନ ବିଲକୁ ସମର୍ଥନ କରିଥିଲା ଜେଡିୟୁ । ୱାକଫ ବିଲକୁ ସମର୍ଥନ କରିବା ଏବେ ନୀତିଶ କୁମାରଙ୍କୁ ମହଙ୍ଗା ପଡିଛି । ନୀତିଶ କୁମାର ୱାକଫ ବିଲକୁ ସମର୍ଥନ କରିବା ପରେ ଜେଡିୟୁର ଜଣେ ପରେ ଜଣେ ନେତା ଦଳ ଛାଡୁଛନ୍ତି । ଆଉ ମାତ୍ର ମାସ କେଇଟା ପରେ ବିହାରରେ ନିର୍ବାଚନ ହେବାକୁ ଯାଉଛି । ଯାହା ଏବେ ନୀତିଶଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏପର୍ଯ୍ୟନ୍ତ ଜେଡିୟୁର ପାଞ୍ଚ ଜଣ ବଡ ବଡ ନେତା ଦଳ ଛାଡିଥିବା ବେଳେ ନୀତିଶଙ୍କୁ ବିରୋଧ ମଧ୍ୟ କରାଯାଉଛି ।
ଦଳର ରାଜୁ ନାୟର, ତବରେଜ ସିଦ୍ଧିକ ଅଲିଗ, ନଦିମ ଅଖତର, ମୋହମ୍ମଦ ଶାହନବାଜ ମଲ୍ଲିକ ଏବଂ ମହମ୍ମଦ କାସିମ ଅନସାରୀ ମଲ୍ଲିକ ପ୍ରମୁଖ ଦଳରୁ ଇସ୍ତଫା ଦେଇ ସାରିଛନ୍ତି । ୱାକଫ ସଂଶୋଧନ ବିଲକୁ ନୀତିଶ ସମର୍ଥନ କରିବା ପରେ ଏହି ନେତାମାନେ ଏବେ ଦଳରୁ ଇସ୍ତଫା ଦେଇଛନ୍ତି । ତେବେ ତେବେ ଚଳିତ ବର୍ଷ ଶେଷକୁ ରହିଛି ବିହାର ନିର୍ବାଚନ । ଏବେ ଦଳୀୟ ନେତାଙ୍କ ଇସ୍ତଫା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି । ଦଳ ଛାଡିଥିବା ନେତାମାନେ ନୀତିଶ ବିରୋଧରେ ନାରା ଦେଲେଣି । ୱାକଫ ସଂଶୋଧନ ବିଲକୁ ନେଇ ରାଜୁ ନାୟାର ତାଙ୍କ ଇସ୍ତଫାପତ୍ରରେ କହିଛନ୍ତି ଯେ ୱାକଫ ସଂଶୋଧନ ବିଲ୍ ପ୍ରତି ଜେଡିୟୁର ସମର୍ଥନ ତାଙ୍କୁ ଗଭୀର ଆଘାତ ଦେଇଛି, ଏହାକୁ ମୁସଲମାନମାନଙ୍କୁ ଅତ୍ୟାଚାର କରୁଥିବା ଏକ କଳା ଆଇନ ବୋଲି କହିଛନ୍ତି। ସେପଟେ ଦଳର ଭୋଟ ବ୍ୟାଙ୍କ ମଧ୍ୟ ମାଇନସ ହେଉଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । କାହିଁକିନା ବିହାରରେ ଜେଡିୟୁ ଓ ବିଜେପି ମେଣ୍ଟ ଦ୍ୱାରା ନୀତିଶ କୁମାର ମୁଖ୍ୟମନ୍ତ୍ରୀ ରହିଛନ୍ତି । ଆଗାମୀ ନିର୍ବାଚନରେ ଜେଡିୟୁ ଏକାକୀ ଲଢିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ପାଞ୍ଚଜଣଙ୍କ ଇସ୍ତଫା ଏବେ ନୀତିଶଙ୍କ ଟେନସନ ବଢାଇଛି ।

author

Related Articles

Leave a Reply

Your email address will not be published. Required fields are marked *