ବଦଳିଗଲା ନ୍ୟାୟ ଦେବୀଙ୍କ ପ୍ରତିମୂର୍ତ୍ତି । ନ୍ୟାୟଦେବୀଙ୍କ ନୂତନ ସଂସ୍କରଣ ଉନ୍ମୋଚନ କଲେ ସୁପ୍ରିମ କୋର୍ଟ । ପୂର୍ବରୁ ନ୍ୟାୟଦେବୀଙ୍କ ଆଖିରେ ପଟି ରହିବା ସହ ବାମ ହାତରେ ଖଣ୍ଡା ଏବଂ ଡାହାଣ ହାତରେ ନ୍ୟାୟ ତରାଜୁ ଧରିଥିବା ନଜିର ରହିଛି । କିନ୍ତୁ ଏବେ ଏଥିରେ ପରିବର୍ତ୍ତନ କରିଛନ୍ତି ସୁପ୍ରିମକୋର୍ଟ । ଶହ ଶହ ବର୍ଷର ପରମ୍ପରାକୁ ବଦଳାଇଛନ୍ତି । ତେବେ ନ୍ୟାୟଦେବୀଙ୍କ ଆଖିରେ ପୂର୍ବରୁ ପଟି ବନ୍ଧା ଯାଇଥିବା ବେଳେ ଏବେ ଏହାକୁ ହଟାଇ ଦିଆଯାଇଛି । ଏହା ସହ ନ୍ୟାୟ ଦେବୀ ପୂର୍ବରୁ ବାମ ହାତରେ ଖଣ୍ଡା ଧରିଥିଲେ । କିନ୍ତୁ ଏବେ ନ୍ୟାୟଦେବୀଙ୍କ ବାମ ହାତରେ ସମ୍ବିଧାନ ଥିବା ଦେଖିବାକୁ ମିଳିଛି । ଏବଂ ଡାହାଣ ହାତରେ ପୂର୍ବ ପରି ନ୍ୟାୟ ତରାଜୁ ରହିଛି । ତେବେ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ୱାଇ.ଚନ୍ଦ୍ରଚୂଡ଼ଙ୍କ ପରାମର୍ଶରେ ନ୍ୟାୟଦେବୀଙ୍କ ସ୍ୱରୂପକୁ ବଦଳାଇ ଦିଆଯାଇଛି।

You can share this post!
author
Related Articles
ଆପ ବିଧାୟକଙ୍କ ଏମିତି କାଣ୍ଡ,ନିଜକୁ ବନ୍ଧୁକରେ……
- January 11, 2025
ଆଜି ଜାତୀୟ ପ୍ରେସ୍ ଦିବସ….
- November 16, 2024