ନୟାଗଡରେ ଅରୁଣଙ୍କ ରଣହୁଙ୍କାର …

ନୟାଗଡରେ ଅରୁଣଙ୍କ ରଣହୁଙ୍କାର …

ନୟାଗଡରେ ଅରୁଣଙ୍କ ରଣହୁଙ୍କାର । ଶହ ଶହ କର୍ମୀଙ୍କ ସହ ଜିଲ୍ଲାପାଳ ଅଫିସରେ ଧସେଇ ପଶିଲେ ଅରୁଣ । ଚାରିଆଡେ ଏବେ ବିଜୁ ବାବୁଙ୍କୁ ବିଜେପିର ଅପମାନକୁ ନେଇ ମାହୋଲ ସରଗରମ ରହିଛି । ବିଭିନ୍ନ ସ୍ଥାନରେ ଏହି ପ୍ରସଙ୍ଗକୁ ନେଇ ପ୍ରତିବାଦ କରାଯାଉଛି । ବିଜୁ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ପାଳନ ନହେବା ଏବଂ ପଞ୍ଚାୟତିରାଜ ଦିବସର ତାରିଖ ଘୁଞ୍ଚାଇବାକୁ ପ୍ରତିବାଦ କରି ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଛି । କେଉଁଠି ଟାୟାର ଜଳାଯାଉଛି ତ ଆଉ କେଉଁଠି ରାସ୍ତାଘାଟରେ ବିରୋଧ କରାଯାଉଛି । ଆଉ ଏହି କ୍ରମରେ ନୟାଗଡରେ ବିଧାୟକ ଅରୁଣ ସାହୁଙ୍କ ନେତୃତ୍ୱରେ ବିରୋଧ ପ୍ରଦର୍ଶନ କରାଯାଉଥିବା ଦେଖିବାକୁ ମିଳିଛି । ଶହ ଶହ କର୍ମୀଙ୍କ ସହ ଅରୁଣ ନୟାଗଡ ଜିଲ୍ଲାପାଳଙ୍କ ଅଫିସ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଆଉ ଏହି ସମୟରେ ବିଜୁ ବାବୁ ଅମର ରହେ ନାରାବାଜି ଲାଗିବା ସହ ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରା ଦିଆଯାଉଥିବା ଶୁଣିବାକୁ ମିଳୁଛି ।

ତେବେ କେବଳ ନୟାଗଡରେ ନୁହେଁ, ଝାରସୁୁଗୁଡା, ବାଲେଶ୍ୱର, ମାହାଙ୍ଗାରେ ମଧ୍ୟ ବିଜେଡି ନେତାଙ୍କ ନେତୃତ୍ୱରେ ବିଜୁ ବାବୁଙ୍କୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଦେଖିବାକୁ ମିଳିଛି । ଆଉ ଆଜି ବିଧାନସଭା ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ବିଜେଟ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଗୃହରେ ବିଜୁ ବାବୁଙ୍କ ପ୍ରସଙ୍ଗ ଉଠାଇ ବିରୋଧୀ ହଟ୍ଟଗୋଳ କରିଥିବା ଖବର ସାମ୍ନାକୁ ଆସିଛି ।

author

Related Articles

Leave a Reply

Your email address will not be published. Required fields are marked *