ଗତ ବର୍ଷ ୨୨ ଜାନୁଆରୀରେ ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା | ଆଯୋଧ୍ୟାର ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ଆଜି ପ୍ରଥମ ବାର୍ଷିକ ଉତ୍ସବ |

ଏହି ଅବସରରେ ଆଯୋଧ୍ୟାରେ ଭବ୍ୟ ଆୟୋଜନ କରାଯାଇଛି । ଗୋଟିଏ ପଟେ ଯଜ୍ଞ-ହୋମର ବେଦୀ ପ୍ରସ୍ତୁତ କରାଯାଇଛି । ଅନ୍ୟପଟେ ରାମମନ୍ଦିରକୁ ପଚାଶ କ୍ୱିଣ୍ଟାଲ ପୁଷ୍ପରେ ସଜା ଯାଇଛି । ରାମ ମନ୍ଦିର ପରିସରରେ ଭିନ୍ନ-ଭିନ୍ନ ଫୁଲରେ ସଜାଯାଇଛି । ଏହି କାର୍ଯ୍ୟକ୍ରମରେ ସାମିଲ ହେବା ଲାଗି ୨ ହଜାର ସନ୍ଥ ଅଯୋଧ୍ୟାରେ ପହଞ୍ଚିବେ । ଆଜି ସକାଳ ୧୦ଟାରେ ରାମଲଲାଙ୍କ ଅଭିଷେକ ଏବଂ ପୂଜାର କାର୍ଯ୍ୟକ୍ରମ ଆରମ୍ଭ ହେବ । ସେହିପରି ୧୨ଟା ୨୦ ମିନିଟରେ ରାମଲଲାଙ୍କ ମହାଆରତୀ ହେବ । ଆଜିର କାର୍ଯ୍ୟକ୍ରମରେ ୧୧୦ ଭିଆଇପି ଗେଷ୍ଟ ଅଯୋଧ୍ୟାକୁ ଆସୁଛନ୍ତି । ଏନେଇ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ହେଲେ ଚଳିତ ବର୍ଷ ଏହି ତିଥି ଆଜି ଅର୍ଥାତ ୧୧ ଜାନୁଆରୀରେ ପଡିଛି ।