ପଛରେ ପଡିଲେ ମୋହନ…ବାବୁସାନଙ୍କୁ ସିଧା Call କଲେ ନବୀନ !

ପଛରେ ପଡିଲେ ମୋହନ…ବାବୁସାନଙ୍କୁ ସିଧା Call କଲେ ନବୀନ !
  • ଅସୁସ୍ଥ ଅଛନ୍ତି ଉତ୍ତମ,ଭିଡିଓ କଲ୍ କଲେ ନବୀନ
  • ବାବୁସାନଙ୍କୁ ପଚାରିଲେ କେମିତି ଅଛି ବାପାଙ୍କ ସ୍ୱାସ୍ଥ୍ୟ
  • ଧର୍ମେନ୍ଦ୍ରଙ୍କ ପରେ ଉତ୍ତମଙ୍କ କଥା ଚିନ୍ତା କଲେ ନବୀନ

ହସ୍ପିଟାଲରେ ପଡିଛନ୍ତି ଉତ୍ତମ, ନବୀନ ନିବାସରୁ ନବୀନ କଲେ ଭିଡିଓ କଲ । ହଁ ଦର୍ଶକବନ୍ଧୁ ବରିଷ୍ଠ ସିନେ ଅଭିନେତା ଉତ୍ତମ ମହାନ୍ତି ଏବେ ଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ଏକ ଫିଲ୍ମ ସୁଟିଂରେ ଯାଇଥିବା ସମୟରେ ହଠାତ ଅସୁସ୍ଥ ହୋଇପଡିଥିଲେ ଏବଂ ତାଙ୍କୁ ଏୟାରଲିପ୍ଟ କରାଯାଇ ଦିଲ୍ଲୀର ମେଦାନ୍ତ ହସ୍ପିଟାଲକୁ ଅଣାଯାଇଛି । ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସେତେଟା ସୁଧାର ନ ଆସିଥିଲେ ମଧ୍ୟ ଧୀରେ ଧୀରେ ତାଙ୍କ କଣ୍ଡିସନ ସୁଧୁରୁଥିବା କୁହାଯାଉଛି ।

ଓଡିଆ ସିନେମା ଇଣ୍ଡଷ୍ଟ୍ରିର ଜଣେ ବର୍ଷୀୟାନ କଳାକାର ହେଉଛନ୍ତି ଉତ୍ତମ ମହାନ୍ତି । ହଠାତ ଉତ୍ତମଙ୍କ ସ୍ୱାସ୍ଥ୍ୟବସ୍ଥା ତାଙ୍କର ଫ୍ୟାନ୍ସ ମାନଙ୍କ ପ୍ରତି ଏକ ଦୁଃଖଦ ଖବର । ତେବେ ଉତ୍ତମଙ୍କ ସ୍ୱାସ୍ଥ୍ୟ କଥା ଜାଣି ବ୍ୟସ୍ତ ହୋଇପଡିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ତମଙ୍କ ସ୍ୱାସ୍ଥ୍ୟ କଥା ପଚାରି ବୁଝିବା ପାଇଁ ବାବୁସାନ ମହାନ୍ତିଙ୍କୁ ଭିଡିଓ କଲ କରିଛନ୍ତି ଏବଂ ଉତ୍ତମଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି ।

ଅନ୍ୟପଟେ ନିକଟରେ ଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପ୍ରଧାନ ହସ୍ପିଟାଲରେ ପହଞ୍ଚି ବାବୁସାନ ଓ ତାଙ୍କ ପତ୍ନୀ ତୃପ୍ତି ଙ୍କ ସହିତ ଉତ୍ତମଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଆଲୋଚନା କରିଥିଲେ । ଏହାପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାବୁସାନଙ୍କୁ କଲ୍ କରି ଉତ୍ତମଙ୍କ ସ୍ୱାସ୍ଥ୍ୟକଥା ବୁଝିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *