ପଞ୍ଚଭୂତରେ ଲୀନ ହେଲେ ଉତ୍ତମ

ପଞ୍ଚଭୂତରେ ଲୀନ ହେଲେ ଉତ୍ତମ

ବାପାଙ୍କୁ କାନ୍ଧେଇ ଶ୍ମଶାନକୁ ନେଲେ ପୁଅ ବାବୁସାନ । କାନ୍ଦ କାନ୍ଦ ହୋଇ ବାପାଙ୍କୁ ଦେଲେ ମୁଖାଗ୍ନି । ହଁ ଆଜ୍ଞା ଦୀର୍ଘ 20 ଦିନ ପର୍ଯ୍ୟନ୍ତ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଚିର ନିଦ୍ରାରେ ବର୍ଷୀୟାନ କଳାକାର ଉତ୍ତମ ମହାନ୍ତି । ଲିଭର ସିରୋସିସରେ ପୀଡିତ ଉତ୍ତମ ମହାନ୍ତିଙ୍କୁ ଏୟାରଲିପ୍ଟ କରାଯାଇ ଦିଲ୍ଲୀର ମେଦାନ୍ତ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ନିଜ ଜୀବନ ସହିତ ସଂଗ୍ରାମ କରିଥିଲେ ସୁଦ୍ଧା ଆଜି ତାଙ୍କୁ ହାରମାନିବାକୁ ପଡିଲା । ଗୁରୁବାର ରାତିରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଉତ୍ତମ ମହାନ୍ତି । ଉତ୍ତମଙ୍କ ଦେହାନ୍ତ ପରେ ଓଡିଆ ସିନେ ଜଗତକୁ ଲାଗିଛି ଶକ୍ତ ଝଟକା । ପ୍ରତି ସିନେପ୍ରେମୀଙ୍କ ହୃଦୟରେ ଭରି ଉଠୁଛି ଶୋକର ଛାୟା । ଗତ ୬ ତାରିଖରେ ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ବରର କିମ୍‌ସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଉନ୍ନତ ଚିକିତ୍ସା ପାଇଁ ୮ ତାରିଖରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ଲିଭର ସିରୋସିସ୍‌ ସହ ନିମୋନିଆର ଚିକିତ୍ସା ଚାଲିଥିଲା । କିନ୍ତୁ ଶେଷରେ ହାର ମାନିଲେ ଆଉ ନୀରବି ଗଲେ ସିନେ ଜଗତର ଉଜ୍ୱଳ ତାରକା ଉତ୍ତମ ମହାନ୍ତି । ଅନେକ ସିନେପ୍ରେମୀ ତାଙ୍କୁ ମନେପକାଇ ନିଜର ଅନୁଭୂତିକୁ ବଖାଣିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ତମ ଘରେ ପହଞ୍ଚି ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ମଧ୍ୟ ଦେଇଥିଲେ । ପରିଶେଷରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ପଞ୍ଚଭୂତରେ ଲୀନ ହୋଇଗଲେ ଓଲିଉଡ ସୁପରଷ୍ଟାର ଉତ୍ତମ ମହାନ୍ତି ।

author

Related Articles

Leave a Reply

Your email address will not be published. Required fields are marked *