ପଟ୍ଟାଭୁକ୍ତ ଜମିରେ ରାସ୍ତା ନିର୍ମାଣକୁ ନେଇ ଉତ୍ତେଜନା । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଢେଙ୍କା ପଞ୍ଚାୟତ ଧରମପୁର ଗ୍ରାମରେ ଜଣେ ବ୍ୟକ୍ତିଙ୍କ ପଟ୍ଟା ଭୁକ୍ତ ଜମିରେ ରାସ୍ତା ନିର୍ମାଣକୁ ନେଇ ଉତ୍ତଜନା ପ୍ରକାଶ ପାଇଛି। ଆର.ଡି ବିଭାଗ ପକ୍ଷରୁ ଧରମପୁର ଠାରୁ ଶୀଳପୋଖରୀ ରାସ୍ତା ସଂଯୋଗୀକରଣ ପାଇଁ କାର୍ୟ୍ୟ ଆରମ୍ଭ ହୋଇ ଶେଷ ପର୍ୟ୍ୟାୟରେ ପହଞ୍ଚିଛି। ଧରମପୁରର ଜଣେ ବ୍ୟକ୍ତି ନିଜ ପଟ୍ଟାଭୂକ୍ତ ଜମିରେ ରାସ୍ତା ଯାଉଥିବାରୁ ଗତବର୍ଷ ରାସ୍ତା ନିର୍ମାଣ କାର୍ୟ୍ୟକୁ ବିରୋଧ କରିଥିଲେ। ଏପରିକି ରାସ୍ତା ଉପରେ ସପରିବାର ବସି ଧାରଣା ଦେଇଥିଲେ। କିନ୍ତୁ ବିଭାଗ ପକ୍ଷରୁ ଜମି ଚିହ୍ନଟ ନକରାଯାଇ ଜୋର୍ ଜବରଦସ୍ତ ରାସ୍ତା ନିର୍ମାଣ କରିବାରୁ ନରହରିଙ୍କ ପରିବାର ଲୋକେ ବନ୍ଦ କରିଥିଲେ। ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି, ଖବରପାଇ ସୋସୋ ପୁଲିସ ପହଞ୍ଚି ବୁଝାସୁଝା କରିଥିବା ଜଣା ଯାଇଛି।

You can share this post!
author