ପଣା ସଂକ୍ରାନ୍ତିରେ ଛିଡିବ ନବୀନ-ବବିଙ୍କ ଲେଖା !

ପଣା ସଂକ୍ରାନ୍ତିରେ ଛିଡିବ ନବୀନ-ବବିଙ୍କ ଲେଖା !
  • ପଣା ସକ୍ରାନ୍ତିରେ ଖୋଲିବ ବିଜେଡିର ପାଞ୍ଜି
  • ପ୍ରଦୀପଙ୍କ ସାଂଘାତିକ ବୟାନ ଥରିଲେ ବିଜେଡି ନେତା !
  • ଦୁର୍ନୀତିର ଲେଖା ଛିଡିବ ଆଉ ରହିବନି ବିଜେଡି !

ନିଜ ଫର୍ମକୁ ଫେରିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ । ଦମଦାର ଡାଇଲଗ ମାରିଲେ ସିଧାସଳଖ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ । ଗଞ୍ଜାମରେ ନବୀନଙ୍କ ଲେଖା ଛିଡିବା ପରେ ଏବେ ନବୀନଙ୍କ ଲେଖା ଛିଡାଇବାକୁ ପଣ କଲେ ପ୍ରଦୀପ ପାଣିଗ୍ରାହୀ । ସାଂସଦଙ୍କ ନାଁରେ ଥିବା ୫ଟି ମାମଲାରେ ଦୋଷମୁକ୍ତ ହେବା ପରେ ପୁଣିଥରେ ନିଜର ପୁରୁଣା ଅନ୍ଦାଜକୁ ଫେରିଛନ୍ତି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ।
କହିଛନ୍ତି, ଯିଏ ତାଙ୍କୁ ଦଳରୁ ବାହାର କରିଥିଲେ, ଓଡ଼ିଶାବାସୀ ସେମାନଙ୍କୁ ରାଜ୍ୟରୁ ବିଦା କରିଦେଲେ। ତାଙ୍କ ବିରୋଧରେ ବିଜେଡି କେମିତି ପ୍ରତିହିଂସା ରାଜନୀତି କରିଥିଲା ତାହା ବଖାଣିବା ସହ ଆଗକୁ ବିଜେଡିର ପାଞ୍ଜି ଖୋଲିବେ ବୋଲି କହିଛନ୍ତି ପ୍ରଦୀପ। କୁଆଡେ ପଣା ସଂକ୍ରାନ୍ତିରେ ବିଜେଡିର ପାଞ୍ଜି ଖୋଲିବ ବୋଲି କହିବା ସହ ଦୁର୍ନୀତିର ଲେଖା ଛିଡିବ, ଆଉ ରହିବନି ବିଜେଡି ବୋଲି କହିଛନ୍ତି । ଆଜି ଦୋଷମୁକ୍ତ ହେଉ ହେଉ ବିଜେଡି ଓ ଦଳର ସୁପ୍ରିମୋଙ୍କୁ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ସିଧାସଳଖ ନିଶାନା । ପ୍ରଦୀପ ସଫା ସଫା କହିଛନ୍ତି, ନବୀନ ବାବୁ ଓଡ଼ିଶାକୁ ଲୁଟ୍ ପାଇଁ କାର୍ତ୍ତିକଙ୍କୁ ଠିକା ଦେଇ ଦେଲେ । ତତକାଳୀନ ବିଜେଡି ସରକାରରେ CMOକୁ କରପସନ୍, କମିଶନ ଏବଂ କଲେକ୍ସନର ହବ୍ କରାଯାଇଥିଲା ବୋଲି ଅଭିଯୋଗ ଆଣିବା ସହ ନାଁ ନନେଇ ଜଣେ ବରିଷ୍ଠ IPSଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରଦୀପ । କେବଳ ଏତିକି ନୁହେଁ ଆହୁରି କୁଆଡେ ଆଜିବି ଦଳରେ ଅନେକ ନେତା ତକିଆ ତଳେ କାନ୍ଦୁଥିବା କହିଛନ୍ତି ପ୍ରଦୀପ। ପାଣିଗ୍ରାହୀ ବାବୁଙ୍କ କଥାର କଡା କାଉଣ୍ଟର ରଖିଛି ବିଜେଡି । ବିଜେଡି କହିଛି ଅବାସ୍ତବ ଓ ମନଗଢା କାହାଣୀ କହୁଛନ୍ତି ସାଂସଦ ।

ତେବେ ପ୍ରଶ୍ନ ଉଠୁଛି ବିଜେଡିର କେଉଁ ଦୁର୍ନୀତି ଚିଠା ଅଛି ପ୍ରଦୀପଙ୍କ ପାଖରେ ? କାହିଁକି ପଣା ସଂକ୍ରାନ୍ତିରେ ବିଜେଡିର ପାଞ୍ଜି ଖୋଲିବା କଥା କହିଲେ ପ୍ରଦୀପ ? ଓଡିଶାରୁ ପାଣ୍ଡିଆନ ବିଦା ହେଲା ପରେ ବି କାହିଁକି ଏବେ ପର୍ଯ୍ୟନ୍ତ ପ୍ରଦୀପଙ୍କ ଟାର୍ଗେଟରେ ପାଣ୍ଡିଆନ ? ବ୍ରହ୍ମପୁର ସାଂସଦଙ୍କ ଏଭଳି ବୟାନକୁ ନେଇ ରାଜ୍ୟ ରାଜନୀତିରେ ସୃଷ୍ଟି ହେଉଥିବା ବୟାନ ବାଜି ଆଗକୁ କେଉଁ ମୋଡ ନେଉଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *