ମହାବିଷୁବ ପଣା ସଂକ୍ରାନ୍ତି ପାଇଁ କେନ୍ଦୁଝର ଘଟଗାଁ ତାରିଣୀ ପୀଠରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଗତ ମଙ୍ଗଳବାରଠାରୁ ମା ତାରିଣୀଙ୍କ ଚଇତି ପବ ପାଳିତ ହେଉଥିବା ବେଳେ ଆଜି ଏହାର ଉଦଯାପନୀ ଉତ୍ସବ । ଏହି ଅବସରରେ ଭୋତ ୫ଟାରୁ ମାଙ୍କ ପାରମ୍ପରିକ ରୀତନୀତି ଅନୁସାରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ଏଥିପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
