ପତଳାରୁ କେମିତି ହେବେ ମୋଟା ?

ପତଳାରୁ କେମିତି ହେବେ ମୋଟା ?

ଆଜିକାଲି ପ୍ରାୟ ସମସ୍ତେ ନିଜ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ । ଓଜନ ଅଧିକ ହେଉ ଅବା ଓଜନ କମ ହେଉ ଅନେକଙ୍କ କ୍ଷେତ୍ରରେ ଏହି ଦୁଇଟି ବଡ ସମସ୍ୟା ଅଟେ । କାହିଁକିନା କେହି କେହି ମୋଟାରୁ ପତଳା ହେବା ପାଇଁ ଚାହାଁନ୍ତି ତ ଆଉ କେହି ପତଳାରୁ ମୋଟା ହେବା ପାଇଁ ଚାହାନ୍ତି । ଆପଣ ଯଦି ପତଳା ଅଛନ୍ତି ତେବେ ମୋଟା ହେବା ପାଇଁ ଚାହାନ୍ତି ତେବେ ଏହି ଭିଡିଓଟି ଆପଣଙ୍କ ପାଇଁ…

ସକାଳର ଖାଦ୍ୟ ଆମର ଅତ୍ୟଧିକ ପୋଷଣରେ ଭରପୂର ରହିବା ଉଚିତ । କାରଣ ବର୍ତ୍ତମାନ ସମୟରେ ଲୋକମାନେ ସାଧାରଣତଃ ସକାଳ ଜଳଖିଆରେ ପୋଷଣ ଯୁକ୍ତ ଖାଦ୍ୟ ନଖାଇ ତେଲଯୁକ୍ତ ଖାଦ୍ୟ ଖାଇଥାନ୍ତି । ଯାହା ଶରୀରକୁ ଅଧିକ ଖରାପ କରିଥାଏ । ପ୍ରତିଦିନ ସକାଳେ ଏହି ଖାଦ୍ୟ ଖାଆନ୍ତୁ ଯାହାଦ୍ୱରା ଆପଣଙ୍କ ଓଜନ ବୃଦ୍ଧି ହେବାରେ ସହାୟକ କରିବ…

ପ୍ରତିଦିନ ସକାଳେ ବାଦାମ୍ ବଟର୍ ସୁସ୍ଥ ଚର୍ବି ଏବଂ ପ୍ରୋଟିନ୍‌ର ଏକ ଭଲ ଉତ୍ସ, ଯାହା ଶରୀରର ମାଂସପେଶୀ ବଢାଇଥାଏ । ବ୍ରାଉନ୍ ବ୍ରେଡ୍ ଉପରେ ବାଦାମ୍ ବଟର ଲଗାଇ ଖାଆନ୍ତୁ। ଓଜନ ବୃଦ୍ଧି କରିବା ବ୍ୟତୀତ, ଏହା ମାଂସପେଶୀ ଗଠନରେ ମଧ୍ୟ ସାହାଯ୍ୟ କରେ। କେବଳ ବ୍ରେଡ ଓ ବଟର ନୁହେଁ ରଂ ସକାଳ ଖାଦ୍ୟରେ ଚୁଡା କଦଳୀ ଖାଇବା ନିହାତି ଜରୁରୀ । ଚୁଡା ପେଟକୁ ଥଣ୍ଡା ରଖିଥାଏ । ଦହି ପ୍ରୋଟିନ୍‌ ଏବଂ ସୁସ୍ଥ ଚର୍ବିରେ ଭରପୂର ଥିବା ବେଳେ ଡ୍ରାଇ ଫ୍ରୁଟ୍ସ ଅତିରିକ୍ତ କ୍ୟାଲୋରୀ ପ୍ରଦାନ କରେ। ଏକ ଗିନା ଦହିରେ କାଜୁ, ବାଦାମ, ଅଖରୋଟ ଏବଂ କିସମିସ୍ ମିଶାନ୍ତୁ। ଏଥିରେ ଗୋଟିଏ ଚାମଚ ମହୁ ମିଶାଇ ସ୍ୱାଦ ଏବଂ ପୋଷଣ ବୃଦ୍ଧି କରନ୍ତୁ । ପ୍ରତିଦିନ ଏହି ଖାଦ୍ୟକୁ ଆପଣଙ୍କ ଦୈନନ୍ଦିନ ଜୀବନରେ ସାମିଲ କରାନ୍ତୁ ଯାହା ଆପଣଙ୍କୁ ଓଜନ ବୃଦ୍ଧିରେ ସହାୟକ କରିବ ।

author

Related Articles

Leave a Reply

Your email address will not be published. Required fields are marked *