ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଲକ୍ଷ୍ମଣ ପଲ୍ଲୀ ଗ୍ରାମର ନାରାୟଣ ସାହୁ ନାମକ ବ୍ୟକ୍ତି ଙ୍କ ଘର ଆଗରେ ଜଣେ ମହିଳା ଧାରଣାରେ ବସିଥିବା ଦେଖିବାକୁ ମିଳିଛି l ପତ୍ନୀର ମାନ୍ୟତା ଦାବିରେ ଗ୍ରାମର ଭାରତୀ ସାହୁ ନାମକ ମହିଳା ଧାରଣାରେ ବସିଥିବା ବେଳେ ତାଙ୍କ ସମର୍ଥନ ରେ ସମାଜ ସେବି ପ୍ରମିଳା ତ୍ରିପାଠୀ ମଧ୍ୟ ଘର ଆଗରେ ବସିରହିଛନ୍ତି l ନାରାୟଣଙ୍କ ପୁଅ କରମଚାନ୍ଦ ସାହୁ ଭାରତୀ ଙ୍କ ସହ ଦୀର୍ଘ 13 ବର୍ଷ ଧରି ପ୍ରେମ ସମ୍ପର୍କରେ ରହିବା ସହିତ ବିବାହ ର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖି ଆସୁଥିବା ଅଭିଯୋଗ ହୋଇଛି l ହେଲେ କିଛି ଦିନ ହେବ କରମଚାନ୍ଦ ଅନ୍ୟ ଏକ ଝିଅ ସହ ବିବାହ କରିଥିବା ଖବର ପାଇ ନ୍ୟାୟ ଦାବିରେ ଆଜି ଭାରତୀ ପ୍ରମିକ ର ଘର ଆଗରେ ଧାରଣାରେ ବସିଛନ୍ତି l ଯେତେ ଦିନ ପର୍ଯ୍ୟନ୍ତ ନ୍ୟାୟନ ମିଳିଛି ଧାରଣା ଜାରିରହିବା ନେଇ ଭାରତୀ କହିଥିବା ବେଳେ ଖବର ପାଇ ପୋଲସରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝା ସୁଝା କରୁଛି l

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025