ଓଡିଆ ଅସ୍ମିତାକୁ ଅସ୍ତ୍ର କରି ଭାରତୀୟ ଜନତା ପାର୍ଟି ସରକାର ଗଢିଲା । କିନ୍ତୁ ସେହି ଓଡିଆ ଅସ୍ମିତା ଆଜି ବିପଦରେ ପଡିଛି । ଓଡିଆ ଭାଷାକୁ ବିଧିବଦ୍ଧ ଭାବେ ପ୍ରଚଳନ କରିବାକୁ ସରକାର ବିଭିନ୍ନ ସମୟରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଓଡିଆ ଅସ୍ମିତାର କଥାକୁ ନେଇ ଓଡିଆ ଭାଷାକୁ ସରକାର ଯଥେଷ୍ଟ ଗୁରୁତ୍ୱ ଓ ସମ୍ମାନ ଦେଇ ଆସୁଥିବା ବେଳେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଧୀରେ ଧୀରେ ଓଡିଆ ଭାଷା ବିକୃତ ହେବାରେ ଲାଗିଛି ।
ଥରେ ନଜର ପକାନ୍ତୁ ଏହି ଲେଖାଟି ଉପରେ ଖଲ୍ଲିକୋଟ ପ୍ରାଣୀ ଚିକିତ୍ସାଳୟ ରେ ଥିବା ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ଗାଡ଼ିରେ ଏଠି ଛେଳିଛୁଆକୁ ଛେଳ ଛୁଆ, ସଂକ୍ରାମକ କୁ ସଂକ୍ରମକ ଓ ଟୋଲ୍ ଫ୍ରି କୁ ଟାଲ ଫ୍ରି ବୋଲି ଲେଖା ଯାଇଛି । ଯାହା ରାଜ୍ୟ ସରକାରଙ୍କ ସହିତ ଓଡିଆ ଅସ୍ମିତା ଉପରକୁ ପ୍ରଶ୍ନ ଉଠାଇଛନ୍ତି । ସିଧା ସଳଖ ଓଡିଆ ଭାଷା କୁ ବିକୃତ କରା ଯିବା ସହିତ ଭାଷା କୁ ଅସମ୍ମାନୀତ କରାଯିବା ର ଅଭିଯୋଗ ହୋଇଛି । ଅନ୍ୟ ପଟେ ଦେଖିଲେ ଖଲ୍ଲିକୋଟ ର ନାମକରଣ ରେ ବି ଦ୍ଵନ୍ଦ ଦେଖିବାକୁ ମିଳିଛି ।
ରେଳ ଷ୍ଟେସନ ଫଳକ ରେ ଖଲିକୋଟ ଲେଖା ଯାଇଥିବା ବେଳେ ବ୍ଲକ ଓ ଅନ୍ୟ କିଛି ସ୍ଥାନ ମାନଙ୍କ ରେ ଖଲ୍ଲିକୋଟ ଭଳି ଲେଖା ଦେଖିବାକୁ ମିଳୁଛି । ଏଥିପ୍ରତୀ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଲେ ଓଡିଆ ଭାଷା ଓ ଜାତି ର ବଞ୍ଚି ରହିବ । ରାଜନୀତି ବିଶେଷଜ୍ଞ ଓ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇଛି ।