ପଦାରେ ପଡିଲା ବାହାପିଆ କଥା…

ପଦାରେ ପଡିଲା ବାହାପିଆ କଥା…

ପ୍ରଦୀପଙ୍କ ମୁଣ୍ଡରେ ପଡିଲା ଚଡକ । ବେହାଲ ବ୍ରହ୍ମପୁରର ଅବସ୍ଥା ଦେଖି ରାଗ ଗରଗର ବ୍ରହ୍ମପୁରବାସୀ । ବର୍ଷାରେ ବେହାଲ ହୋଇଛି ବ୍ରହ୍ମପୁର ସହର । ରାସ୍ତା ସହ ଘରେ ଚାଲୁଛି ଆଣ୍ଠୁଏ ଉଚ୍ଚର ପାଣି । ଗାଡି ଚକା ବି ବୁଡି ଯାଉଛି । ନାଳ ନର୍ଦ୍ଦମା ପାଣି ଘରେ ପଶୁଛି । ଯେଉଁଥିରେ ବ୍ରହ୍ମପୁରବାସୀ ହନ୍ତସନ୍ତ ହେଉଛନ୍ତି । କିନ୍ତୁ ସାଂସଦଙ୍କର ଦେଖା ମିଳୁନି । ୧ ବର୍ଷ ଧରି ସାଂସଦ ଦାୟିତ୍ୱ ତୁଲାଇଆସିଥିବା ପ୍ରଦୀପ ପାଣିଗ୍ରାହୀ ନିଜ ଅଞ୍ଚଳର ବିକାଶ ପାଇଁ କଣ କରିଛନ୍ତି ସେନେଇ ସାଧାରଣରେ ପ୍ରଶ୍ନ ଉଠିଲାଣି ।

ଡବଲ ଇଞ୍ଜିନ ସରକାରରେ ଲୋକଙ୍କୁ ଡବଲ ସୁବିଧା ସୁଯୋଗ ମିଳିବ, ଦୁଇ ଯୋଡା ପଦ୍ମ ଦୁଇ ଗୁଣା ବିକାଶ ହେବ ବୋଲି ଡିଣ୍ଡିମ ପିଟୁଥିଲେ ବିଜେପି ନେତା । ଏପରିକି ବିଜେପି ସରକାରକୁ ଆସିଲେ କଣ କଣ ସବୁ ସୁବିଧା ମିଳିବ ତାର ଲମ୍ବା ଚଉଡା ଲିଷ୍ଟ ବି ଧରାଇ ଦେଉଥିଲେ । କିନ୍ତୁ ସରକାରକୁ ଆସିବାର ୧ ବର୍ଷ ପାଖାପାଖି ହୋଇଥିବା ବେଳେ ଏଯାଏଁ ସାଧାରଣ ଲୋକେ ବିଜେପିରୁ ସେଭଳି ଆଖିଦୃଶିଆ ସୁବିଧା ମିଳିଥିବା ନଜର ଆସିନି । ଏପରିକି ଡ୍ରେନ ସମସ୍ୟା ବିଭିନ୍ନ ଅଞ୍ଚଳରେ ବୃଦ୍ଧି ପାଉଥିବା ବେଳେ ଏହି ସମସ୍ୟାର ସମାଧାନ ବି ସରକାରଙ୍କ ଦ୍ୱାରା ହୋଇପାରୁନି । ଯାହା ମୋହନ ସରକାରର ଅପାରଗତାକୁ ସ୍ପଷ୍ଟ ରୂପେ ଦର୍ଶାଉଛି ।

ଖାସ କରି ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ବିଜେପି ଅନେକ ଆସନରେ କବଜା କରିଥିବା ବେଳେ ଏବେ ଏହା ବିଜେପି ଶାସିତ ଅଞ୍ଚଳରେ ପରିଗଣିତ ହେଉଛି । କିନ୍ତୁ ତଥାପି ଏଠାରେ ଏତେ ଅବ୍ୟବସ୍ଥା ପରିଲକ୍ଷିତ ହେଉଥିବାରୁ ଏଠାରେ ବି ଡବଲ ଇଞ୍ଜିନ ସରକାର ଫେଲ ମାରୁଥିବା ଏବଂ ପ୍ରଦୀପଙ୍କ ବାହାପିଆ କଥା ପଦାରେ ପଡୁଥିବା ଚର୍ଚ୍ଚା ହେଉଛି ।

author

Related Articles

Leave a Reply

Your email address will not be published. Required fields are marked *