ପଦାରେ ପଡିଲା ବିଜେପିର ବାହାପିଆ କଥା !

ପଦାରେ ପଡିଲା ବିଜେପିର ବାହାପିଆ କଥା !

ଆଉ କେବେ ରିଓପନ ହେବ ନବ ଦାସ ହତ୍ୟା ମାମଲା । ସୁଭଦ୍ରା ପଛରେ ଦୌଡି ଦୌଡି ଭୁଲିଗଲେ କି ମୋହନ ସରକାର । ବିଜେପି ସରକାରକୁ ଆସିବା ପରେ ପରେ ଜୋସରେ ଆସି ଅନେକ ବଡ ବଡ କଥାମାନ ଘୋଷଣା କରିଥିଲା । ଏପରିକି ସରକାରକୁ ଆସିବାର ୪ ମାସ ପରେ ବି ସୁଭଦ୍ରା ଯୋଜନାର ପ୍ରଚାର ପ୍ରସାର ଥମୁନଥିଲା । ସତେ ଯେପରି ଏହି ଗୋଟିଏ ଯୋଜନା ପାଇଁ ବିଜେପି ସରକାରକୁ ଆସିଛି ସେପରି ମନେ ହେଉଥିଲା । କିନ୍ତୁ ପରବର୍ତୀ ସମୟରେ ବିଜେପି ଅନ୍ୟ ସବୁ ଦିଗ ଉପରେ ମଧ୍ୟ ଧ୍ୟାନ ଦେବା ଆରମ୍ଭ କରିଥିଲା । ଯେଉଁଥିରେ ନବ ଦାସ ହତ୍ୟା ମାମଲାର ରିଓପନ କଥା କହିଥିଲେ ବିଜେପି ନେତା । ବିଜେଡି ସରକାରର ଚର୍ଚ୍ଚିତ ମାମଲା ନବ ଦାସ ହତ୍ୟା ମାମଲାକୁ ବିଜେପି ସରକାର ରିଓପନ କରିବା ସହ ନବ ଦାସଙ୍କ ଫ୍ୟାମିଲିକୁ ନ୍ୟାୟ ମିଳିବା ନେଇ ଘୋଷଣା କରିଥିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କିନ୍ତୁ ଏହି ଘୋଷଣାକୁ ୨ ମାସରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ନା ଏ ଦିଗରେ ବିଜେପି କିଛି ପଦକ୍ଷେପ ନେଇଥିବା ସୂଚନା ରହିଛି ନା ଏ ଦିଗରେ ବିଜେପି କିଛି ଖୋଳତାଡ କରିଛି । ବାସ୍ ଅନ୍ୟ ଘୋଷଣା ପରି ଏହା ମଧ୍ୟ କେବଳ ଏକ ଘୋଷଣାରେ ରହିଯାଇଛି । ଯାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ବିଜେପି ଯେତେବେଳେ ଏହି ଘୋଷଣା କରିଥିଲା ସେତେବେଳେ ଏହି ପ୍ରସଙ୍ଗକୁ ନେଇ ବିଜେଡି ଶିବିରରେ କେଳେଙ୍କାରୀନେତାମାନଙ୍କ ମଧ୍ୟରେ ମାନସମନ୍ଥନ ଚାଲିଥିବା ମଧ୍ୟ ଚର୍ଚ୍ଚା ହେଉଥିଲା । ଖାସ କରି ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କ କେସ ରିଓପନ କଥା ଶୁଣି ଛାତିରେ ଛନକା ପଶିଥିବା କୁହାଯାଉଥିଲା । କାହିଁକିନା ନିଜ ବାପାଙ୍କ ହତ୍ୟା ପଛର ଷଡଯନ୍ତ୍ର କିଏ ଏବଂ କାହିଁକି କରିଥିଲେ ସେ ପଯ୍ୟନ୍ତ ଦୀପାଳି ନା ନିଜେ ପହଁଞ୍ଚିଛନ୍ତି ନା ଆଇନର ସହାୟତା ମାଧ୍ୟମରେ କେସର ଛାନଭିନ୍ କରିଛନ୍ତି । ଓଲଟା ନିର୍ବାଚନ ପୂର୍ବରୁ ନିଜ ବାପାଙ୍କୁ ଝାରସୁଗୁଡା ପାଇଁ ବଳିଦାନ ଦେଇ ସହିଦ ହୋଇଥିବା କହିଥିଲେ ଦିପାଳୀ । ଯାହାକୁ ନେଇ ଏବେ ବି ଦୀପାଳିଙ୍କୁ ସାଧାରଣ ଲୋକେ ଅନେକ ପ୍ରଶ୍ନ କରୁଛନ୍ତିା ଆଉ ବିଜେପି ଯେତେବେଳେ ଏହାର ରିଓପନକୁ ନେଇ ଘୋଷଣା କଲା ସେତେବେଳେ ମଧ୍ୟ ଦୀପାଳି ଦାସଙ୍କୁ ସମାଲୋଚନା କରାଗଲା । କିନ୍ତୁ ଏବେ ବିଜେପି ମଧ୍ୟ କେସ ରିଓପନ ଦିଗରେ ଫେଲ ମାରିଛି । ତେବେ କେବଳ ଏହି ଗୋଟିଏ ମାମଲା ନୁହେଁ , ବିଜେଡି ସରକାରରେ ଘଟିଥିବା ଅନେକ ଚର୍ଚ୍ଚିତ ମାମଲା ମମିତା ମେହେର ହତ୍ୟାକାଣ୍ଡ ଏବଂ ବାବା ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲାର ମଧ୍ୟ ପୁନଃ ତଦନ୍ତ କରାଯିବା ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବଡ ବୟାନ ଦେଇଥିଲେ । ବିଜେଡି ସରକାରରେ ଯେଉଁସବୁ ମାମଲାରେ ନିଷ୍କର୍ଷ ବାହାରିନଥିଲା ବିଜେପି ସରକାରରେ ସେ ସବୁ ମାମଲାର ନିଷ୍କର୍ଷ ବାହାରିବା ନେଇ ବିଜେପି ଦୃଢୋକ୍ତି ଦେଖାଉଥିଲା । କିନ୍ତୁ ୨ ମାସ ପରେ ବି ଫଳ ଶୂନ । ତେବେ ଦେଖାଯାଉ କେବେ ବିଜେପି ସରକାର ଏହି ସବୁ ମାମଲାର ରିଓପନ କରୁଛନ୍ତି ଏବଂ ନବ ଦାସ ହତ୍ୟା ମାମଲାର ନିଷ୍କର୍ସ ବାହାରି ପାରୁଛି ନା ନାହିଁ ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *