ପଦାରେ ପଡିଲା ବିଜେପିର ୧୦୦ ଦିନର କଣ୍ଟ । ୧୦୦ ଦିନ ତ ଦୂରର କଥା ୩୦୦ ଦିନ ପରେ ବି କିଛି କରିପାରିଲେନି ମୋହନ । ହଁ ଆଜ୍ଞା, ବିଜେପି ଆସିବାର ୧୦୦ ଦିନ ଭିତରେ ସବୁ ପ୍ରତିଶ୍ରୁତି ପାଳନ କରାଯିବ । ଏ ନାରା ନିର୍ବାଚନ ସମୟରେ ତ ଆପଣ ନିଶ୍ଚୟ ଶୁଣିଥିବେ । କିନ୍ତୁ ଏବେ ବିଜେପି ରାଜ୍ୟରେ ସରକାର ଚଳେଇବାର ୩୦୦ ଦିନ ବିତିଗଲାଣି । କିନ୍ତୁ କାମ ସବୁ ଠପ୍ ହୋଇ ପଡିଛି । କେବଳ ସୁଭଦ୍ରା ଯୋଜନାରେ ସରକାର ପାଦେ ଆଗେଇ ଥିବା ବେଳେ ବାକି ସବୁ ଥିରେ ଫେଲ୍ ମାରିଛନ୍ତି । କିନ୍ତୁ ସବୁ କିଛି କରିଦେଇଛି କହି ବାହାସ୍ପଟ ମାରିବାରେ ଆଦୌ ପଛଘୁଞ୍ଚା ଦେଉନାହାନ୍ତି ବିଜେପି ନେତା ।
ତେବେ ପୂର୍ବ ସରକାରରେ ଓଡିଶାର ମାନଦଣ୍ଡ ସୁଦୃଢ ଥିବା ବେଳେ ଏବେ ବି ନବୀନଙ୍କ ଲୋକାଭିମୁଖୀ ଯୋଜନାଗୁଡିକୁ ଜାତୀୟ ସ୍ତରରେ ଢେର ପ୍ରଶଂସା କରାଯାଉଛି । କିନ୍ତୁ ବିଜେପି ରାଜ୍ୟରେ ନବୀନଙ୍କ ଯୋଜନା ହଟାଇ ଯେଉଁ ନୂଆ ଯୋଜନା ଲାଗୁ କରୁଛି ସାଧାରଣ ଲୋକେ ସେଥିରେ ହନ୍ତ ସନ୍ତ ହେଉଥିବା ପ୍ରତିଦିନ ଅଭିଯୋଗ ଆସୁଛି । ଯାହାର ଉଦାହରଣ ଆୟୁଷ୍ମା ଯୋଜନାରୁ ସ୍ପଷ୍ଟ ପ୍ରମାଣିତ ହୋଇଛି । ଆୟୁଷ୍ମାନ ଯୋଜନା ଓଡିଶା ଇତିହାସରେ ଏକ ନୂଆ ଫଦ୍ଦ ଯୋଡି ଥିବା ବିଜେପି ନେତାମାନେ ଡିଣ୍ଡିମ ପିଟୁଥିଲେ. କିନ୍ତୁ ଆୟୁଷ୍ମାନ ଯୋଜନାରେ ରୋଗୀମାନେ ଯେ, କେତେ ହଇରାଣ ହେଉଛନ୍ତି ତାହା କାହାକୁ ଅଛପା ନାହିଁ । ଏପରିକି ଡାକ୍ତରମାନେ ମଧ୍ୟ ଏଥିରୁ ମୁହଁ ଫେରାଉଛନ୍ତି ।
ତେବେ କେବଳ ଏତିକି ନୁହେଁ, ରକ୍ତଭଣ୍ଡାର ମତାମତି କାର୍ଯ୍ୟ ଏବେ ଯାଏଁ ସମାପ୍ତ ହୋଇନି, ବେକାରୀ ଏବଂ ଦାଦନ ସମସ୍ୟା କଥା ତ ନ କହିବା ଭଲ , ମହିଳା ମାନେ ବି ନିଜ ହକ୍ ପାଇଁ ରାଜରାସ୍ତାରେ ବସୁଛନ୍ତି, ଆଉ ସବୁଠୁ ଗୁରୁତ୍ୱ ପୂଣ୍ଣ କଥା ହେଉଛି ଜଳ ଯୋଗାଣ ବ୍ୟବସ୍ଥା । ଏବେ ବି ଅନେକ ଅଞ୍ଚଳରେ ପିଇବା ପାଣି ଲୋକଙ୍କୁ ମିଳୁନଥିବା ବେଳେ ବିକାଶର ବିକଳ ଚିତ୍ର ଜଳ ଜଳ ଦେଖାଯାଉଛି । କିନ୍ତୁ ଏସବୁ ପ୍ରତି ମୋହନ ସରକାର ଧ୍ୟାନ କଣ ଦେବେ, କେବଳ ପ୍ରଚାର ପ୍ରସାର କରିବାରେ ମାତିଥିବା ଏବଂ ସଭା କାଯ୍ୟକ୍ରମରେ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଥିବା ସାଧାରଣରେ ଚର୍ଚା ହେଉଛିା ତେବେ ଦେଖାଯାଉ ବିଜେପିକୁ ଆଗାମୀ ନିବାଚନରେ ଏସବୁ କେତେ ଭାରି ପଡୁଛି ଏବଂ ସାଧାରଣ ଲୋକଙ୍କ ଆଭିମୁଖ୍ୟ ବଦଳୁଛି ନା ନାହିଁ ତାହା ଦେଖିବାକୁ ଅପେକ୍ଷା ।