ପଦ୍ମନାଡରେ ଛନ୍ଦି ହେବେ ଅଚ୍ୟୁତ ସାମନ୍ତ !

ପଦ୍ମନାଡରେ ଛନ୍ଦି ହେବେ ଅଚ୍ୟୁତ ସାମନ୍ତ !

ବିଜେପି ଆଡକୁ ଢଳୁଛନ୍ତି କି କନ୍ଧମାଳର ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ । ରାଜନୀତିରୁ ସନ୍ୟାସ ନେବା ପରେ ବି ପୁଣି ରାଜନୀତିକୁ ଆସିବେ କି ଅଚ୍ୟୁତ । ହଁ ଆଜ୍ଞା, କନ୍ଧମାଳର ପୂର୍ବତନ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ନେଇ ଏପରି କିଛି ଆଶଙ୍କା କରାଯାଉଛି । ସୋସିଆଲ ମିଡିଆରେ ଅଚ୍ୟୁତଙ୍କ ଏକ ପୋଷ୍ଟ ସମସ୍ତଙ୍କୁ ଚକିତ କରିଛି । ଏବଂ ସେ ବି ଅନ୍ୟ ନେତାଙ୍କ ପରି ଗେରୁଆ ରଙ୍ଗରେ ରଙ୍ଗେଇ ହେବାକୁ ମନସ୍ଥ କରିଥିବା ଆଲୋଚନା ହେଉଛି । ତେବେ ଅଚ୍ୟୁତ ସାମନ୍ତ ଚଳିତ ବର୍ଷ ମଧ୍ୟ ବିଜେଡି ଟିକେଟରୁ କନ୍ଧମାଳ ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିଲେ । କିନ୍ତୁ ବିଜେପିର ମୋଦି ଲହର ଆଗରେ ଅଚ୍ୟୁତ ତିଷ୍ଠି ପାରିନଥିଲେ । ଏବଂ ପରାଜୟର ସ୍ୱାଦ ଚାଖିଥିଲେ । ଯାହା ପରେ ସେ ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲୋ କିନ୍ତୁ ଏବେ ସେ ପୁଣି ରାଜନୀତି କରିବାକୁ ମନବଳାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଆଉ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଉଛି ଅଚ୍ୟୁତଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟ । ଯେଉଁଥିରେ ସେ ବିଜେପିକୁ ଭୁରି ଭୁରି ପ୍ରଶଂସା କରିବା ସହ ରାଜ୍ୟରେ ସୁଭଦ୍ରା ଯୋଜନାକୁ ନେଇ ଯେଉଁ ଚହଳ ପଡିଛି ତାକୁ ମଧ୍ୟ ପ୍ରଶଂସାରେ ପୋତି ପକାଇଛନ୍ତି । କେବଳ ଏତିକି ନୁହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ସେ ଧନ୍ୟବାଦ ଦେବା ସହ ଏହା ନାରୀଶକ୍ତିକୁ ଆର୍ଥିକ ସ୍ୱାଧୀନତା ଦେବ ବୋଲି ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ଯାହାକୁ ନେଇ ଅନେକ ଆଲୋଚନା ମୁଣ୍ଡ ଟେକିଲାଣି । ଅନ୍ୟପଟେ ରାଜନୀତିରୁ ସନ୍ୟାସ ନେବା ପୂବରୁ ଅଚ୍ୟୁତ ଯେଉଁ ଦଳରେ ଥିଲେ ସେ ଦଳ ସୁଭଦ୍ରା ଯୋଜନାକୁ କଡା ସମାଲୋଚନା କରୁଛି । ଆଉ ଏହି ସମୟରେ ଅଚ୍ୟୁତ ଏପରି ପୋଷ୍ଟ କରିବାକୁ ସାଧାରଣ ଲୋକେ ବି ପସନ୍ଦ କରୁନାହାନ୍ତିା ସୋସିଆଲ ମିଡିଆରେ ହିଁ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିବା ସହ ସ୍ୱାର୍ଥ ପାଇଁ ସେ ବିଜେପିକୁ ପ୍ରଶଂସା କରୁଥିବା ଆଲୋଚନା ହେଉଛି । ତେବେ ଦେଖାଯାଉ ଅଚ୍ୟୁତଙ୍କୁ ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା କେତେ ସତ ହେଉଛି ଏବଂ ସେ ବିଜେପି ଆଜକୁ ଢଳୁଛନ୍ତି ନା ନାହିଁ ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *