ଦିଲ୍ଲୀରେ ଭୁଶୁଡି ଯାଇଛି ଆମ ଆଦମୀ ପାର୍ଟିର ଗଡ଼ . ନିଜ ସିଟରୁ ହାରିଯାଇଛନ୍ତି ଅରବିନ୍ଦ କେଜ୍ରିୱାଲ .ରାଜଧାନୀରେ ଫୁଟିଛି ଫୁଲ ଆଉ ସଫା ହେଇଯାଇଛି ଝାଡୁ .ଦିନେ ସମଗ୍ର ଦେଶରେ ବିଜେପିର ଏକ ଶକ୍ତ ବିରୋଧୀ ଦଳ ହୋଇ ଜାତୀୟ ଦଳର ସ୍ବପ୍ନ ଦେଖୁଥିବା ଆମ ଆଦମୀ ପାର୍ଟି ଏବେ ମାଟି କାମୁଡ଼ିଛି .ଦିଲ୍ଲୀ ନିର୍ବାଚନକୁ ଶୋଚନୀୟ ଭାବେ ହାରିଛି ଅରବିନ୍ଦ କେଜ୍ରିୱାଲଙ୍କ ଦଳ .ତେବେ ଏହି ସମୟରେ ଏକ ବଡ଼ ଚର୍ଚ୍ଚା ସାମ୍ନାକୁ ଆସିଛି ଯେ ଅରବିନ୍ଦ କେଜ୍ରିୱାଲ ଆମ ଆଦମୀ ପାର୍ଟି ଛାଡି ଏବେ ବିଜେପିରେ ସାମିଲ ହେବେ .ନିଜ ଦଳ ଛାଡି ଏବେ କେଜ୍ରିୱାଲ ବିଜେପିରେ ସାମିଲ ହେବେ ବୋଲି ଦାବି କରିଛନ୍ତି ଚଳଚିତ୍ର ସମୀକ୍ଷକ କମାଲ ଆର ଖାନ ବା କେଆରକେ .ସେ ନିଜ ଟ୍ୱିଟରେ କହିଛନ୍ତି ଯେ ଏବେ ଦିଲ୍ଲୀରେ ହାରିବାପରେ ପଞ୍ଜାବ ମଧ୍ୟ କଂଗ୍ରେସଠୁ ହାରିବା ଆମ ଆଦମୀ ପାର୍ଟି ଆଉ ଏହାପରେ କେଜ୍ରିୱାଲ ନିଜ ଦଳ ଛାଡି ବିଜେପିରେ ମିଶିବେ .କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରି ଅରବିନ୍ଦ କେଜ୍ରିୱାଲ ମଧ୍ୟ ଅତ୍ୟନ୍ତ ଚତୁର .କେଆରକେ ଏହି ଟ୍ୱିଟଟି ୮ ତାରିଖରେ କରିଥିଲେ ମଧ୍ୟ ଏହି ଟ୍ୱିଟଟି ଏବେ ଭାଇରଲ ହେଉଛି .ସେପଟେ ପଞ୍ଜାବରୁ ରାଜ୍ୟସଭା ଯିବେ ବୋଲି କେଜ୍ରିୱାଲଙ୍କ ନାଁ ଚର୍ଚ୍ଚା ହେଉଛି .କେଜ୍ରିୱାଲଙ୍କ ପାଇଁ ସଂଜୀବ ରାଜ୍ୟସଭା ସାଂସଦ ପଦ ଛାଡି ପାରନ୍ତି .ତେବେ ଏବେ ଦେଖିବାକୁ ବାକି ରହିଲା ଏବେ କଣ କରୁଛନ୍ତି କେଜ୍ରିୱାଲ

You can share this post!
author