ଘର ବାହୁଡିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି । ଗତକାଲି ସେ ବିଜେଡିରୁ ଇସ୍ତଫା ଦେବା ପରେ ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସେ ବିଧିବିଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡିଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହେଇଛନ୍ତି ଅରବିନ୍ଦ ଢାଲି । ତେବେ ଗତକାଲି ବିଜେଡିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଥିଲେ ଅରବିନ୍ଦ । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଥିଲେ । ଏହାର ଗୋଟିଏ ଦିନ ପରେ ଆଜି ସେ ବିଜେପିରେ ସାମିଲ ହେଇଛନ୍ତି । ତେବେ ଅରବିନ୍ଦ ବିଜେପିକୁ ଫେରିବା ତାଙ୍କର ଘର ବାହୁଡା ବୋଲି କୁହାଯାଉଛି ।

You can share this post!
author