ପଦ୍ମ ଧରିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣୀଗ୍ରାହୀ । ଆଜି ସେ ଭୁବନେଶ୍ୱରସ୍ଥିତ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଧିବଦ୍ଧଭାବେ ବିଜେପିରେ ଯୋଗଦେଇଛନ୍ତି । ବିଜେପି ରାଜ୍ୟସଭାପତି ମନମୋହନ ସାମଲ ଓ ଦଳର ଅନ୍ୟ ବରିଷ୍ଠ ନେତା ଶ୍ରୀ ପାଣିଗ୍ରାହୀଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ବିଜେପିକୁ ସ୍ୱାଗତ କରିଥିଲେ । ଏହା ଛଡ଼ା ଚାରୋଟି ମୁଖ୍ୟ କଥା କୁ ଆଧାର କରି କହିଛନ୍ତି
କେନ୍ଦ୍ରର ସୁବିଧା ଅନୁଦାନ କୁ ନିଜ ନାଁ ରେ କନଭୋର୍ଟ କରିବାରେ ମାହିର ଓଡିଶା ସରକାର।
ଦାଦନ ପାଈଁ ଓଡ଼ିଶା ବିଶ୍ଵରେ 1ନମ୍ୱର ପାଲଟିଛି ଓଡିଶା
ଛାତ୍ର ନିର୍ବାଚନ କାହିଁକି ହେଉନି କିପରି ସୃଷ୍ଟି ହେବେ ନୂଆ ଯୁବନେତା।
25ଲକ୍ଷ ଜନସଂଖ୍ୟା ଭିତରେ ଭୁବନେଶ୍ୱର ଦେଖାଦେଲାଣି ବାୟୁ ପ୍ରଦୂଷଣ
ଏହା ଛଡା ସାମ୍ବାଦିକଙ୍କୁ ସ୍ୱାଧୀନତା ଓ ଲୋକସେବା ଭବନକୁ ଅନୁପ୍ରବେଶ ନେଇ ସ୍ୱର ଉଠାଇଛନ୍ତି ପ୍ରଦୀପ ପାଣିଗ୍ରାହୀ।
ଖାଲି ସେତିକି ନୁହେଁ 100ଦୀନକୁ ଅପେକ୍ଷା କର ମନ୍ତ୍ରୀ ଯନ୍ତ୍ରୀ ତନ୍ତ୍ରୀ ସବୁ କ୍ଷେତ୍ରରେ ଓଡିଶା ଦେଖିବ ନୂଆ।