ପବିତ୍ର ରାମ ନବମୀ ପାଇଁ ଉତ୍ସବମୁଖର ଅଯୋଧ୍ୟା

ପବିତ୍ର ରାମ ନବମୀ ପାଇଁ ଉତ୍ସବମୁଖର ଅଯୋଧ୍ୟା

ଆଜି ପବିତ୍ର ରାମନବମୀ । ଦେଶାସାରା ସବୁଠି ଉତ୍ସବର ପରିବେଶ । ସବୁଠି ଶୁଭୁଛି ରାମ ନାମ । ରାମ ନବମୀ ଲାଗି ସଜେଇ ହୋଇଛି ଅଯୋଧ୍ୟା। ୫ଶହ ବର୍ଷର ପ୍ରତୀକ୍ଷା ପରେ, ଭବ୍ୟ ହେବ ରାମ ଲଲାଙ୍କ ଜନ୍ମୋତ୍ସବ। ନବନିର୍ମିତ ରାମମନ୍ଦିରରେ ପ୍ରଥମ ଥର ପାଇଁ ପାଳନ ହେଉଛି ରାମନବମୀ। ଗର୍ଭଗୃହରେ ଦିବ୍ୟ ରୂପରେ ଝଲସିବେ ବାଲକ୍ ରାମ। ଏଥିପାଇଁ ରାମ ମନ୍ଦିରରେ ସକାଳୁ ସକାଳୁ ଭକ୍ତ ସମାଗମ ଦେଖିବାକୁ ମିଳିଛି । ତେବେ ଆଜି ମଧ୍ୟାହ୍ନ ୧୨ଟା ସମୟରେ ବାଲକ୍ ରାମ ସୂର୍ଯ୍ୟ ତିଲକରେ ଅଭିଷିକ୍ତ ହେବେ। ୪ ମିନିଟି ଯାଏ ସୂର୍ଯ୍ୟକିରଣରେ ଝଲସିବ ଶ୍ରୀବିଗ୍ରହର ମସ୍ତକରେ ଶୋଭିତ ହୀରା ଓ ମାଣିକ୍ୟ ଖଚିତ ସ୍ୱର୍ଣ୍ଣ ତିଳକ।
ମଧ୍ୟାହ୍ନ ଆକାଶରେ ସୂର୍ଯ୍ୟ ଯେତେବେଳେ ଠିକ୍ ମୁଣ୍ଡ ଉପରେ ଥିବେ, ସେତେବେଳେ ଦିବ୍ୟ ଆଭା ପ୍ରତିଫଳିତ ହେବ ବାଲକ ରାମଙ୍କ ଲଲାଟ ମଧ୍ୟସ୍ଥଳରେ। ଏହା ଦେଖିବାକୁ ସାରା ଦେଶ ଅପେକ୍ଷା କରିଥିବା ବେଳେ, ଅଗଣିତ ଶ୍ରଦ୍ଧାଳୁଙ୍କର ସମାଗମ ହେଲାଣି ଅଯୋଧ୍ୟା ନଗରୀରେ। ମନ୍ଦିରକୁ ବି ଆଲୋକମାଳାରେ ସୁସଜ୍ଜିତ କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *