ପରଲୋକରେ ବରିଷ୍ଠ ଅଭିନେତା ଚକ୍ରଧର ଜେନା । ସୋମବାର ସନ୍ଧ୍ୟାରେ ତାଙ୍କର ଦେହାନ୍ତ ହୋଇଛି । ଗତ କିଛି ଦିନ ହେଲା ସେ ଏକ୍ସରେ ଚିକିତ୍ସିତ ହେଉଥିଲେ । ତାଙ୍କ ବିୟୋଗରେ ଓଡିଆ ଚଳଚିତ୍ର ଜଗତ ସ୍ତବ୍ଧ ହୋଇଯାଇଛି । ୧୯୮୩ରେ ଏନ୍ଏସ୍ଡି ବା ଜାତୀୟ ନାଟ୍ୟ ବିଦ୍ୟାଳୟରୁ ଶିକ୍ଷା ଲାଭ କରିଥିବା ଚକ୍ରଧର ଜେନା ହଲିଉଡ ସିନେମା ‘ସିଟି ଅଫ୍ ଜୟ’ ଓ ‘ଇଲେକଟ୍ରିକ ମୁନ୍’ରେ ଅଭିନୟ କରିଛନ୍ତି ।ତାଙ୍କର ପ୍ରଥମ ଅଭିନୀତି ଓଡ଼ିଆ ସିନେମା ହେଉଛି ‘ପଥର ଖସୁଛି ବଡ଼ ଦେଉଳୁ’ । ଏହାଛଡ଼ା ସେ ଅନେକ ଓଡ଼ିଆ ଫିଲ୍ମ ଓ ସିରିଏଲରେ ନିଖୁଣ ଅଭିନୟର ଛାପ ଛାଡ଼ିଛନ୍ତି । ସେ ଓଡ଼ିଅ ସଙ୍ଗୀତ ନାଟକ ଆକାଡେମୀର ନାଟକ ଚୟନ କ୍ଷେତ୍ରରେ ବି ବିଚାରକ ଭାବେ ଦାୟିତ୍ୱ ତୁଳାଇଛନ୍ତି । ରଣଭୂମୀ, ମାୟା, ଅର୍ଜୁନ, ପ୍ରେମ ୱେଡ୍ସ ପ୍ରିୟା, ରଙ୍ଗିଲା ବାବା, ଭଉଁରୀ ଓ କଥାନ୍ତର ଭଳି ଅନେକ ସିନେମାରେ ଅଭିୟନ କରିଛନ୍ତି ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ବରଗଡ ପୋଲିସକୁ ବଡ ସଫଳତା..
- June 3, 2025