ସୋନି ଟିଭିର ଘରେ ଘରେ ପରିଚିତ ସୋ ସିଆଡି । ଏଥିରେ ଇନ୍ସପେକ୍ଟର ଫ୍ରେଡିକ୍ସ ଚରିତ୍ରରେ ଅଭିନୟ କରୁଥିବା ଦିନେଶ ଫଡନୀଶଙ୍କର ଦେହାନ୍ତ ହୋଇଛି । ତେବେ କିଛି ଦିନ ହେଲା ହାର୍ଟ ଆଟାକ୍ ଆସିବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ହେଲେ ଆଜି ମୁମ୍ବାଇର ଏକ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଲୋକପ୍ରିୟ ଟିଭି ସୋ ସିଆଇଡି ଜରିଆରେ ବେଶ ଲୋକପ୍ରିୟ ହେଇଥିଲେ ଦିନେଶ । ଏହି ସୋରେ ସେ ଇନ୍ସପେକ୍ଟର ଭୂମିକାରେ ନଜର ଆସୁଥିଲେ । ତାଙ୍କ ଚରିତ୍ରକୁ ଦର୍ଶକମାନେ ବେଶ ପସନ୍ଦ କରୁଥିବାବେଳେ, ଲଗାତାର ସେ ବି ସ୍କ୍ରିନରେ ଚମକ୍ରାର ଅଭିନୟ ଜାରି ରଖିଥିଲେ । ତେବେ ୫୭ ବର୍ଷ ବୟସରେ ତାଙ୍କର ଆରପାରିକୁ ଯିବା ତାଙ୍କ ଫ୍ୟାନ୍ସକୁ ଦୁଃଖ ଦେଇଛି ।

You can share this post!
author