ଆମେରିକା ରାଷ୍ଟ୍ରପତି ଜିଓ ବାଇଡେନ ଏବଂ ଚୀନ ରାଷ୍ଟ୍ରପତି ଜିନ ପିଙ୍ଗ୍ ଶତ୍ରୁତା ଭୁଲି ପରସ୍ପର ସହ ହାତ ମେଳାଇଛନ୍ତି । ଗୋଟିଏ ଟେବୁଲରେ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି । ବୁଧବାର କାଲିଫର୍ଣ୍ଣିଆରେ ଆୟୋଜିତ ଉଚ୍ଚ ସ୍ତରୀୟ ବୈଠକରେ ଉଭୟ ନେତା ନିଜ ଦେଶକୁ ବିବାଦରୁ ଦୂରେଇ ରଖିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ନିକଟ ଅତୀତରେ ଚୀନ୍ ଏବଂ ଆମେରିକା ମଧ୍ୟରେ ଅନେକ ବିବାଦ ଉପୁଜିଥିଲା । ଏହାର ସମାଧାନ ପାଇଁ ଏପରି ବୈଠକର ଆୟୋଜନ କରାଯାଇଥିଲା । ସେହିପରି ଚୀନ୍ ରାଷ୍ଟ୍ରପତି କହିଛନ୍ତି ଯେ ଦ୍ୱନ୍ଦ୍ୱ ଏବଂ ମୁକାବିଲା ଉଭୟ ପକ୍ଷ ପାଇଁ ଅସହ୍ୟ ପରିଣାମ ଆଣିପାରେ । ଚୀନ୍ ଏବଂ ଆମେରିକା ପରି ବଡ ଦେଶ ପାଇଁ ପରସ୍ପରଠାରୁ ଦୂରେଇ ରହିବା ବିବାଦର ସମାଧାନ ଦିଗରେ ଏକ ବିକଳ୍ପ ରାସ୍ତା ନୁହେଁ । ତେଣୁ ଏହାର ସମାଧାନ କରିବା ଉଚିତ ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025