ପରିକ୍ରମା ପ୍ରକଳ୍ପ ଦେଖିବାକୁ 5 ଜିଲ୍ଲାରୁ ଆସିବେ 10 ହଜାର ଭକ୍ତ

ପରିକ୍ରମା ପ୍ରକଳ୍ପ ଦେଖିବାକୁ 5 ଜିଲ୍ଲାରୁ ଆସିବେ 10 ହଜାର ଭକ୍ତ

ପରିକ୍ରମା ପ୍ରକଳ୍ପ ସମ୍ପନ୍ନ ହେବା ପରେ ଭକ୍ତମାନଙ୍କୁ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ବୁଲି ଦେଖେଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜଗନ୍ନାଥ ବସ ସେବା ଆଜି ଠାରୁ ଆରମ୍ଭ ହୋଇଛି । ବିଭିନ୍ନ ଜିଲ୍ଲାରୁ ଭକ୍ତମାନଙ୍କୁ ବସରେ ପୁରୀ ଅଣାଯିବ । ସମସ୍ତ ବସ୍ ଆସି ସଙ୍ଗମ ପାର୍କିଂରେ ଲାଗିବ । ସେଠାରୁ ଭକ୍ତମାନଙ୍କୁ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଫିଡର୍ ବସ୍ ଯୋଗେ ଶ୍ରୀସେତୁ ଦେଇ ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ ସେଣ୍ଟର ପର୍ଯ୍ୟନ୍ତ ନିଆଯିବ । ସେଠାରୁ ଶ୍ରୀଦାଣ୍ଡ ଦେଇ ଭକ୍ତମାନେ ଶ୍ରୀମନ୍ଦିର ଯିବେ । ଏହା ସହ ପରିକ୍ରମା ପ୍ରକଳ୍ପରେ ପ୍ରଦକ୍ଷିଣ କରିବେ । ଶ୍ରଦ୍ଧାଳୁଙ୍କ ରହଣୀ, ଖାଦ୍ୟ, ପାନୀୟ ଆଦି ପାଇଁ ବ୍ୟବସ୍ଥା କରାଯାଇଛି । ଆଜି ୫ ଜିଲ୍ଲାରୁ ୧୦ ହଜାର ଭକ୍ତ ଆସିବେ । ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ୱର, କଟକ ଓ କେନ୍ଦ୍ରାପଡ଼ାରୁ ଭକ୍ତ ପୁରୀ ଆସିବେ ।

author

Related Articles

Leave a Reply

Your email address will not be published. Required fields are marked *