ମ୍ୟାଟ୍ରିକ ପରୀକ୍ଷା ତ୍ରୁଟି ଧରାପକାଉଛି ଏଆଇ କ୍ୟାମେରା । 7ଟି ସ୍କୁଲର ପରୀକ୍ଷା କେନ୍ଦ୍ରର ବିଭ୍ରାଟ ଧରାପକାଇଲା ଏଆଇ କ୍ୟାମେରା । ଭଦ୍ରକ, ଯାଜପୁର, କେନ୍ଦୁଝର, ଗଜପତି, ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ତ୍ରୁଟି ଦେଖିବାକୁ ମିଳିଛି । ଗତକାଲି ଇଂରାଜୀ ପରୀକ୍ଷା ଥିବା ବେଳେ ତ୍ରୁଟି ଧରିଛି ଏଆଇ । ଫଳରେ କେନ୍ଦୁଝର ସାହାରପଡା ପରୀକ୍ଷା କେନ୍ଦ୍ର ଅଧୀକ୍ଷକଙ୍କୁ ବଦଳି କରାଯାଇଛି । ଭଦ୍ରକ ମଦନ ମୋହନଜୀଉ ନୋଡାଲ ହାଇସ୍କୁଲରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରଶ୍ନପତ୍ର ଖୋଲାଯାଇଛି । ଯାଜପୁର ଗୋବିନ୍ଦଚନ୍ଦ୍ର ହାଇସ୍କୁଲରୁ ମଧ୍ୟ ସମାନ ଅଭିଯୋଗ ଆସିଛି । ସେହିପରି କେନ୍ଦୁଝର ହାଟଡିହି ହାଇସ୍କୁଲର ୫ ନମ୍ବର ରୁମରେ ପରୀକ୍ଷାର୍ଥୀ ଏପଟ ସେପଟ ବୁଲୁଥିବା ଓ ନିଜ ନିଜ ମଧ୍ୟରେ କଥା ହେଉଥିବା ଦେଖିବାକୁ ମିଳିଥିଲା । ଭଦ୍ରକ ବନ୍ଧଗାଁରେ ପ୍ରଶ୍ନପତ୍ର ଗୁଡ଼ିକୁ ଲୁହା ବାକ୍ସରେ ରଖାଯାଇନଥିଲା । ପ୍ରଶ୍ନପତ୍ର ଖୋଲା ହେବା ପର୍ଯ୍ୟନ୍ତ ପ୍ୟାକେଟ ଗୁଡ଼ିକ ବାହାରେ ରହିଥିଲା ।
