ଢେଙ୍କାନାଳ ଜିଲ୍ଲ। କାମାକ୍ଷାନଗର ସାରଙ୍ଗଧର ଅଡିଟୋରିୟମ୍ରେ ପର୍ଜଙ୍ଗ ନିର୍ବାଚନ ମଣ୍ଡଳୀସ୍ତରୀୟ ସଦସ୍ୟ ସମାବେଶ ଅନୁଷ୍ଠିତ ହୋଇଛି। ବରିଷ୍ଠ ସଭ୍ୟ ବସନ୍ତ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଢେଙ୍କାନାଳ ଜିଲ୍ଲା ବିଜେପି ସଭାପତି ରାସବିହାରୀ ବେହେରା ଅଧ୍ୟକ୍ଷତା କରିଥିଲେ। ପର୍ଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତୃଣମୂଳସ୍ତରରୁ ଦଳକୁ ସୁଦୃଢ଼ କରିବାକୁ କର୍ମୀଙ୍କୁ ପରାମର୍ଶ ଦେଇଥିଲେ। ପୂର୍ବତନ ଜିଲ୍ଲା ସଭାପତି ପ୍ରେମାନନ୍ଦ ଜେନା, ଜିଲ୍ଲା ଉପସଭାପତି ମାତୃପ୍ରସାଦ ନନ୍ଦ ବକ୍ତା ଭାବେ ଉପସ୍ଥିତ ଥିଲେ। ପର୍ଜଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷା ସର୍ମିଷ୍ଠା ଦଳବେହେରା, ଉପାଧ୍ୟକ୍ଷା ଯଶସ୍ବିନୀ ରାଉତ, କଙ୍କଡ଼ାହାଡ଼ ପୂର୍ବତନ ବ୍ଳକ୍ ଅଧ୍ୟକ୍ଷ କାର୍ତିକ ସାହୁ, ପ୍ରମୋଦ ପ୍ରସାଦ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ଢେଙ୍କାନାଳ ବିଜେପି କାର୍ଯ୍ୟାଳୟ ପରିସରରେ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ବିଜେପି ସଦସ୍ୟ ଉପସ୍ଥିତ ଥିଲେ l ସରକାରଙ୍କଲୋକାଭିମୁଖୀ ଯୋଜନା ଗୁଡିକୁ ଗ୍ରାମାଞ୍ଚଳବାସୀଙ୍କୁ ଅବଗତ କରାଇ ତୃଣମୂଳ ସ୍ତରରେ ସୁଦୃଢ କରିବା ଓ ସଂଗଠନକୁ ଆହୁରି ମଜଭୁତ କରିବାକୁ ଆହ୍ୱାନ ଦେଇଥିଲେ |

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025