ପଲଟି ଗଲେ ପଟୁଲରାମ ଚିତ୍ ପଟାଙ୍ଗ ମାରିଲା ବିଜେପି !

ପଲଟି ଗଲେ ପଟୁଲରାମ ଚିତ୍ ପଟାଙ୍ଗ ମାରିଲା ବିଜେପି !

ଶେଷରେ ଯାହା ସମସ୍ତେ ଭାବୁଥିଲେ ସତ ହେଲା . ଏନଡିଏ ଛାଡ଼ିଲା ଜେଡ଼ିୟୁ .ନିର୍ବାଚନ ଆଗରୁ ମୋଦିଙ୍କ ହାତ ଛାଡ଼ିଲେ ନିତୀଶ .ଚିତ୍ ପଟାଙ୍ଗ ମାରିଲା ବିଜେପି . ମଣିପୁରରେ ନିତିଶଙ୍କ ଗୋଟି ଚାଳନାକୁ ନେଇ ଦିଲ୍ଲୀରୁ ପାଟନା ଥରହର . ନୀତିଶଙ୍କ ଜେଡ଼ିୟୁର ମଣିପୁର ରାଜ୍ୟ ସଭାପତି ବୀରେନ ସିଂ ମେଂଟ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବାକୁ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି .ମଣିପୁର ବିଧାନସଭା ଜେଡ଼ିୟୁର ଜଣେ ବିଧାୟକ ରହିଛନ୍ତି .ତେବେ ସେ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବା ଖବର ରାଜନିତୀକ କରିଡୋରରେ ଉଷ୍ମତା ବଢ଼ାଇଛି .ଯାହାପରେ ଚର୍ଚ୍ଚା ହେଉଛି ପୁଣି ପଲଟି ମାରିବେ ନିତିଶ କୁମାର .ତେବେ ଯଦି ଆମେ ଦେଖିବା ଜେଡିୟୁରେ ନୀତିଶଙ୍କ ବିନା କିଛିବି ହୁଏନାହିଁ .ଏମିତିରେ ପ୍ରଶ୍ନ ଉଠୁଛି ? ଚର୍ଚ୍ଚା ହେଉଛି ବିହାର ନିର୍ବାଚନ ପୂର୍ବରୁ ବିଜେପିକୁ ମଣିପୁର ଘଟଣା ଦ୍ୱାରା କିଛି ଚେତାଇବାକୁ ଚାହୁଁଛନ୍ତି ନୀତିଶ .ତେଣୁ ବିହାର ନିର୍ବାଚନ ପୂର୍ବରୁ ନୀତିଶ ଏପରି ପଲିଟକ୍ସ କରିଥିବା କୁହାଯାଉଛି .

ତେବେ ଚଳିତ ବର୍ଷ ଶେଷ ଆଡକୁ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି .୨୦୨୦ରେ କମ ସିଟ ସତ୍ୱେ ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା ବିଜେପି .ହେଲେ ମହାରାଷ୍ଟ୍ର ନିର୍ବାଚନରେ ପରେ ଅମିତ ଶାହାଙ୍କ ବୟାନ ଅଲଗା କିଛି ଇସାରା କରିଥିଲା . ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଥିଲା ଯେ ମହାରାଷ୍ଟ୍ର ପରି ବିହାରରେ ହେବ ବୋଲି . ଶାହା କହିଥିଲେ ବିହାରରେ ମୁଖ୍ୟମନ୍ତ୍ରୀ ହେବ କିଏ? ତାହା ବିଜେପି ସଂସଦୀୟ ବୋର୍ଡ ନିଷ୍ପତି ନେବ . ଯାହା ନୀତିଶଙ୍କ ନେତୃତ୍ୱ ଉପରେ ପ୍ରଶ୍ନଚିହ୍ନ ଲଗାଇଥିଲା ? ତେବେ ଆପଣ ମାନେ ଜାଣନ୍ତି କେବଳ ବିହାରରେ ନୁହେଁ କେନ୍ଦ୍ରରେ ବି ଏନଡିଏକୁ ଜେଡ଼ିୟୁ ଆବଶ୍ୟକ ବିଜେପିକୁ ଗତ ଲୋକସଭା ନିର୍ବାଚନରେ ଏକାକୀ ବହୁମତ ମିଳିନଥିବା ବେଳେ ଜେଡ଼ିୟୁ ଓ ଟିଡିପି ସହଯୋଗରେ କେନ୍ଦ୍ରରେ ସରକାର ଗଠନ କରିଛି ବିଜେପି. ଆଗକୁ ବିହାର ନିର୍ବାଚନ ଥିବାର ମଣିପୁର ଘଟଣା ଦ୍ୱାରା ଟ୍ରେଲର ଦେଖାଇ ବିଜେପି ଉପରେ ନିତୀଶ ଚାପ ପକାଉଥିବା ଚର୍ଚ୍ଚା ହେଉଛି .

author

Related Articles

Leave a Reply

Your email address will not be published. Required fields are marked *