ପାକିସ୍ତାନରେ ଓଡିଶା ଚର୍ଚ୍ଚା …

ପାକିସ୍ତାନରେ ଓଡିଶା ଚର୍ଚ୍ଚା …

ପାକିସ୍ତାନରେ ଓଡିଶା ଚର୍ଚ୍ଚା । ବାରବାଟୀ ବିବାଦକୁ ନେଇ ବଦନାମ ହେଲାଣି ଓଡିଶା । ହଁ ଆଜ୍ଞା, କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ମ୍ୟାଚ ସମୟରେ ଫ୍ଲଡ ଲାଇଟ କଟିବାକୁ ନେଇ ସବୁଆଡେ ଚର୍ଚ୍ଚା ଚାଲିଛି । ଦିନିକିଆ ମ୍ୟାଚ ସରି ଖେଳାଳୀ ଓଡିଶାରୁ ଚାଲିଗଲେଣି । କିନ୍ତୁ ଫ୍ଲଡ ଲାଇଟ ପ୍ରସଙ୍ଗ ଏବେ ବି ମୁଣ୍ଡ ଟେକିଛି । ଏପରିକି ଏହାକୁ ନେଇ ଦେଶ ବାହାରୁ ମଧ୍ୟ ପ୍ରଶ୍ନ ଉଠିଲାଣି । ତେବେ ଫ୍ଲଡ ଲାଇଟ କଟିବାକୁ ନେଇ ରାଜନୈତିକ ମହଲରେ ସମାଲୋଚନା କରାଯାଉଥିବା ବେଳେ ଭାରତର ପରମ ବିରୋଧୀ ପାକିସ୍ତାନ ଏହାକୁ କଟାକ୍ଷ କରିଛି । ପାକିସ୍ତାନର ସାମ୍ବାଦିକମାନେ ସୋସିଆଲ ମିଡିଆ ଜରିଆରେ ପୋଷ୍ଟ କରି ଏଭଳି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ଯାହା ଭାରତ ପାଇଁ ଏବଂ ଓଡିଶା ପାଇଁ ଏକ ନିନ୍ଦନୀୟ ଘଟଣା ବୋଲି ସାଧାରଣରେ ଆଲୋଚନା ଚାଲିଛି ।

ତେବେ ୧୮୩୪ ଦିନ ପରେ ବାରବାଟୀରେ ଦିନିକିଆ ମ୍ୟାଚ ଖେଳାଯାଇଥିଲା । ହିଟ୍ ମ୍ୟାନଙ୍କ ହିଟରେ ଇଂଲଣ୍ଡ ଧରାଶାୟୀ ବି ହେଲା । ସବୁଆଡେ ଆନନ୍ଦ ଉଲ୍ଲାସର ମାହୋଲ ଖେଳିଗଲା । କିନ୍ତୁ ୨୫ ମିନିଟର ସେହି ଅନ୍ଧାର ସମସ୍ତଙ୍କ ମୁହଁରୁ ଖୁସି ଛଡାଇନେଲା । ମ୍ୟାଚ ସମୟରେ ଫ୍ଲଡ ଲାଇଟ କଟିବା ଏବଂ ଏହାକୁ ଠିକ କରିବାକୁ ୨୫ ମିନିଟ ସମୟ ନେବାକୁ ନେଇ ପ୍ରଶାସନ ଏବଂ ସରକାରଙ୍କ ଉପରକୁ ଆଙ୍ଗୁଠି ଉଠୁଛି । ଏତେ ବଡ ଆୟୋଜନରେ କାହିଁକି ଏଭଳି ସାଙ୍ଘାତିକ ତୃଟି ହେଲା ସେନେଇ ପ୍ରଶ୍ନ କରାଯାଉଛି । ତେବେ କୁହାଯାଉଛି କି ଓସିଏର ଡିଜି ଭଡାରେ ଲାଗିଥାଏ । କିନ୍ତୁ ମ୍ୟାଚ ସମୟରେ ଡିଜି ନଥିବାକୁ ନେଇ ସାଧାରଣରେ ପ୍ରଶ୍ନ କରାଯାଉଛି । ଏହା ସହ ଜେନେରେଟର ରାସ୍ତାରେ ଖେଳାଳିଙ୍କ ବସ ରହିବା ଏବଂ ଜେନେରେଟରକୁ ଷ୍ଟାଣ୍ଡବାଏରେ କାହିଁକି ରଖାଗଲା ଏବଂ ଯଦି ଷ୍ଟାଣ୍ଡବାଏରେ ରଖାଗଲା ତେବେ ଡିପି ବକ୍ସ ସହ କାହିଁକି ସଂଯୋଗ କରାଗଲା ନାହିଁ , ଏବଂ ଜେନେରେଟରକୁ ଟାୱାରଠାରୁ କାହିଁକି ଦୂରରେ ରଖାଗଲା ସେନେଇ ମଧ୍ୟ ପ୍ରଶ୍ନ ଉଠୁଛି ।

ଅନ୍ୟପଟେ ଏତେ ବଡ ତୃଟି ପରେ ବି ସରକାର ନିଜ ଆଡୁ ପଦକ୍ଷେପ ନ ନେଇ, ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ନଦେଇ ଓସିଏ ସମ୍ପାଦକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଡବଲ ଇଞ୍ଜିନ ସରକାରରେ ପ୍ରଥମ କ୍ରିକେଟ ମ୍ୟାଚ ପାଇଁ ଏତେ ହଙ୍ଗାମା ସୃଷ୍ଟି ହେଉଥିବା ବେଳେ ଦେଖାଯାଉ ଆଗକୁ ଆଉ କଟକକୁ ମ୍ୟାଚ ଫେରିବ କି ନାହିଁ ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *