ପାକିସ୍ତାନରେ ହାହାକାର !

ପାକିସ୍ତାନରେ ହାହାକାର !

ପାକିସ୍ତାନରେ ହାହାକାର ପରିସ୍ଥିତି । ବେହାଲ ହେଲାଣି ପାକିସ୍ତାନ ଦେଶ । କିଛି ପ୍ରାନ୍ତରେ ଶିକ୍ଷାନୁଷ୍ଠାନ ବନ୍ଦ ହେବା ସହ କିଛି କିଛି ସ୍ଥାନରେ ଏମର୍ଜେନ୍ସି ଆଲର୍ଟ ଜାରି କରାଯାଇଛି । ତେବେ କିଛି ଦିନ ହେବ ପାକିସ୍ତାନ ପାଣି ପାଇଁ ଡହଳ ବିକଳ ହେଉଥିବା ବେଳେ ପାକିସ୍ତାନରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିନା କୌଣସି ସୂଚନାରେ ଭାରତ ଝେଲମ ନଦୀର ପାଣି ଛାଡି ଦେବା କାରଣରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ପାକିସ୍ତାନ ଅଭିଯୋଗ କରିଛି । ଜଳ ଛାଡିବା କାରଣରୁ ପାକିସ୍ତାନର ମୁଜାଫରବାଦ ଅଞ୍ଚଳ ଜଳମଗ୍ନ ହୋଇଯାଇଛି । କିଛି ଗାଁ ପାଣି ଘେରରେ ରହିଛି । ଲୋକଙ୍କୁ ଉଦ୍ଧାର କରିବାକୁ ଅପରେସନ ଜାରି ରହିଛି । ତେବେ ଗୋଟିଏ ପଟେ ଭାରତ ସିନ୍ଧୁ ନଦୀରେ ଡ୍ୟାମ ପାଣି ଅଟକ ରଖିଥିବା କାରଣରୁ ପାକିସ୍ତାନରେ କିଛି ଅଞ୍ଚଳରେ ଜଳର ଅଭାବ ପରିଲକ୍ଷିତ ହୋଇଛି । କିନ୍ତୁ ଅନ୍ୟପଟେ ଝେଲମ ନଦୀରେ ପାଣି ଛାଡିଦେବା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯାହା ପାକିସ୍ତାନକୁ ଅସହ୍ୟ କରୁଛି ।

author

Related Articles

Leave a Reply

Your email address will not be published. Required fields are marked *