ପାକିସ୍ତାନର ୧୨ ସୈନ୍ୟ ସଫା !

ପାକିସ୍ତାନର ୧୨ ସୈନ୍ୟ ସଫା !

ପାକିସ୍ତାନର ୧୨ଯବାନଙ୍କ ମୃତ୍ୟୁ । ପାକିସ୍ତାନ ସେନା ଗାଡି ଉପରେ ଆଇଇଡି ବିସ୍ଫୋରଣ ହେବା ଫଳରେ ୧୨ ଜଣ ସୈନ୍ୟ ପ୍ରାଣ ହରାଇଥିବା ସୂଚନା ମିଳିଛି । ବଲୁଚିସ୍ତାନରେ ପାକିସ୍ତାନୀ ସେନା ଗାଡି ଯାଉଥିବା ସମୟରେ ଆଇଇଡି ବିସ୍ଫୋରଣ କରି ଉଡାଇଦେଇଛି ବିଏଲଏ । ରିମୋଟ କଣ୍ଟ୍ରୋଲ ଅସ୍ତ୍ରଶସ୍ତ୍ର ଜରିଆରେ ବଲୁଚିସ୍ତାନର ସ୍ୱାଧୀନତା ସଂଗ୍ରାମୀମାନେ ଆକ୍ରମଣ କରିଥିବା ବିଏଲଏ ସ୍ପଷ୍ଟ କରିଛିା ଏବଂ ଏହି ଆକ୍ରମଣରେ କିଛି ସ୍ପେସାଲ ଅପେରସନ କମାଣ୍ଡରଙ୍କ ସହ ସୈନିକଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି । କିନ୍ତୁ ଏହି ଆକ୍ରମଣ ପଛରେ ଭାରତର ହାତ ଥିବା ନେଇ ପାକିସ୍ତାନ ଅଭିଯୋଗ କରିଛି । ପାକିସ୍ତାନ ସେନାର ମିଡିଆ ଓ ପିଆର୍ ଟିମ୍‌, ଆଇଏସପିଆର ଆକ୍ରମଣରେ ଭାରତର ସମ୍ପୃକ୍ତି ଥିବା ଅଭିଯୋଗ ଆଣିଛି । ଏବଂ ବଲୁଚ ଲିବରେସନ ଆର୍ମିକୁ ଭାରତର ପ୍ରୋକ୍ସି ସଙ୍ଗଠନ ବୋଲି ପାକ୍ ସେନା କହିିଛି । ତେବେ ପାକିସ୍ତାନର ଅମୀର ପୋଷ୍ଟ ଓ ଅଲ୍ଲୀ ଖାନ ବେସ୍ ମଧ୍ୟରେ ଆର୍ମି ଗାଡି ଉପରେ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *