ଆଉ ମାଗଣା ଚାଉଳ ପାଇବେନି ପାକିସ୍ତାନୀ ! ରାଗିଗଲେ ମନ୍ତ୍ରୀ ପାକିସ୍ତାନୀ ହାତେଇଛନ୍ତି ରାସନ କାର୍ଡ ସେମାନଙ୍କୁ ଖୋଜି ବାହାର କରି ରାସନ କାର୍ଡ ରଦ୍ଦ କର .ଦେଶରେ ଧଡପଗଡ ଭିତରେ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ବଡ ଘୋଷଣା କରିଛନ୍ତି . ରାସନ କାର୍ଡରୁ ବାଦ ପଡିବେ ପାକିସ୍ତାନୀ ,ବାଂଲାଦେଶୀ . ତେବେ ନାଗରିକତା ନଥିବା ସତ୍ୱେ ଓଡ଼ିଶାରେ ପାକିସ୍ତାନୀ ,ବାଂଲାଦେଶୀ ରାସନ କାର୍ଡରେ ମାଗଣ ଚାଉଳ ପାଉଛନ୍ତି . ଓଡ଼ିଶାରେ ରହି ସେମାନେ ସାଧାରଣ ପାଉଥିବା ସବୁ ସୁବିଧା ପାଉଛନ୍ତି . ତେବେ ଏହି ଘଟଣା ପଦାକୁ ଆସିବା ପରେ ସରକାରଙ୍କ ତତ୍ପରତା ପ୍ରକାଶ ପାଇଛି . ପ୍ରଥମେ ସେମାନଙ୍କୁ ଚିହ୍ନଟ କରି ରାସନ କାର୍ଡରୁ ନାଁ ବାଦ ଦେବାକୁ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ନିର୍ଦ୍ଧେଶ ଦେଇଛନ୍ତି .
ସେହିପରି ଜିଲ୍ଲାପାଳ ବିଦେଶୀଙ୍କୁ ବାଛି ସେମାନଙ୍କ ରାସନ କାର୍ଡ କାଟିବାକୁ ନିର୍ଦ୍ଦେଶ ଦେଇଛନ୍ତି . ଯିଏ ବି କୈାଣସି ଚାପରେ ଆସି ରାସନ କାର୍ଡ ହାତେଇଛନ୍ତି ତାଙ୍କ ରାସନ କାର୍ଡ କାଟି ଦେବାକୁ କୁହାଯାଇଛି . ଏହା ମଧ୍ୟ କହିଛନ୍ତି ଯେ ବାଲେଶ୍ୱର .କେନ୍ଦ୍ରାପଡ଼ା , ଜଗତସିଂପୁର ସମେତ ଯେଉଁ ସ୍ଥାନରେ ବିଦେଶୀ ରହିଛନ୍ତି ସେମାନଙ୍କୁ ଚିହତନ କରିବାକୁ . ତେବେ ବର୍ତମାନ ରାଜ୍ୟରେ ୬ଲକ୍ଷ ନୂଆ ରାସନ କାର୍ଡ ବଂଟା ଯାଉଛି . କାର୍ଡ ବାଂଟିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ କରାଯାଉଛି . ଯେଉଁଠାରେ ମୁଖ୍ୟମନ୍ତ୍ରୀ ପହଂଚିପାରୁ ନାହାଁନ୍ତି ସେଠାରେ ହିଜିଟାଲ ମୋଡରେ ରାସନ କାର୍ଡର ଶୁଭାରମ୍ଭ କରାଯାଉଛି .