ଓଡ଼ିଶାରେ ପାକିସ୍ତାନୀ, ବାଂଲାଦେଶୀ ଏବଂ ମିଆଁମାର ଲୋକ ହାତେଇଛନ୍ତି ରାସନ କାର୍ଡ । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥା ଟି ସତ । ଏହା ଜାଣିବା ପରେ ତତ୍ପର ହୋଇଛି ପ୍ରଶାସନ । ଏନେଇ ଯୋଗାଣମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ଯେଉଁ ବିଦେଶୀମାନେ ରାସନ କାର୍ଡ ପାଇଛନ୍ତି ସେମାନଙ୍କ ନାଁ ରାସନ କାର୍ଡରୁ କଟିବ । ଓଡିଶାକୁ ଅନୁପ୍ରବେଶ କରି ରାସନ କାର୍ଡ ହାତେଇଥିବା ବିଦେଶୀକୁ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଇଛି ବିଭାଗ । ଏଥିପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ସେମାନଙ୍କୁ ଚିହ୍ନଟ କରି ରାସନ କାର୍ଡରୁ ନାଁ କାଟିବାକୁ କୁହାଯାଇଛି । ପ୍ରକ୍ରିୟା ସରିଲେ ସଂଖ୍ୟା ସାମ୍ନାକୁ ଆସିବ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ ।

You can share this post!
author