ରାଫେଲକୁ ଦେଖି ପାଗଳ ହୋଇଗଲାଣି ପାକିସ୍ତାନ . ସୀମାରେ ଅମାନିଆ ହୋଇ କରୁଛି ଗୁଳିବର୍ଷା .ଭାରତର ଯୁଦ୍ଧ ପ୍ରସ୍ତୁତି ଦେଖି ଛାନିଆ ହେଲାଣି ପାକିସ୍ତାନ . ୬ ଦିନ ହେଲା ସୀମାରେ ଗର୍ଜୁଛି ବନ୍ଧୁକ .ପରମାଣୁ ବୋମାର ଧମକ ଦେଇକରୁଛି ଗୁଳି ବର୍ଷା . ନିଜକୁ ବଂଚାଇବାକୁ କରୁଛି ବଡ ପ୍ଲାନ .
ତେବେ ନିକଟରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାଜା ମହମ୍ମଦ ଆସିଫ ଦାବି କରିଥିଲେ ଯେ ଭାରତ ଆକ୍ରମଣ କରିବା ଥୟ .ଆକ୍ରମଣ କାରୀମାନେ ଧର୍ମ ଆଧାରରେ ଟାର୍ଗେଟ କରିଥିଲେ .ଏହି ଘଟଣା ବିଗତ ବର୍ଷମାନଙ୍କ ମଧ୍ୟରେ ସବୁଠାରୁ ଭୟଙ୍କର ଆକ୍ରମଣ ଥିଲା . ଯାହା ଭାରତରେ ଜନଅସନ୍ତୋଷ ସୃଷ୍ଟି କରିଛି . ପାକିସ୍ତାନ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଉଠିଛି . ଆସିଫ ଆହୁରି କହିଛନ୍ତି ପାକିସ୍ତାନ ହାଇ ଆଲର୍ଟ ରହିଛି ଏବଂ କେବଳ ଆମର ଅସ୍ତିତ୍ୱ ଉପରେ ପ୍ରତ୍ୟେକ୍ଷ ବିପଦ ସୃଷ୍ଟି ହେଲେ ଆମେ ଆମର ପରମାଣୁ ଅସ୍ତ୍ର ଭଣ୍ଡାର ବ୍ୟବହାର କରିବୁ .
ତେବେ ନିକଟରେ ଫ୍ରାନ୍ସରୁ ପୁଣି ଆସିବ ରାଫେଲ ବିମାନ . ୬୩ ହଜାର କୋଟିରେ ୨୬ଟି ଲଢ଼ୁଆ ବିମାନ କିଣିବ ପାଇଁ ଫ୍ରାନ୍ସ ସହ ଡିଲ କରିବ ଭାରତ . ପୂର୍ବରୁ ବାୟୁସେନାରେ ମୁତୟନ ଅି ୩୬ଟି ରାଫେଲ . ୨୨ଟି ସିଙ୍ଗିଲ ସିଟର ଓ ୪ଟି ଟ୍ୱିନ ସିଟର ରାଫେଲ ଜେଟ କିଣିବ ଭାରତ . ପହଲଗାମ ଆତଙ୍କୀ ଆକ୍ରମଣ ପରେ ଶତ୍ରୁ ଦେଶକୁ ଜବାବ ଦେବାକୁ ପ୍ରସ୍ତୁତ ରହିଛି ଭାରତ .କୈାଣସି ପରିସ୍ଥିତିରେ ଯୁଦ୍ଧ ପରିସ୍ଥିତି ଉପୁଜିପାରେ .ଏହାରି ଭିତରେ ନୈାସେନାକୁ ରାଫେଲ ବଳ ମିଳିବା ଦେଶ ପାଇଁ ଶକ୍ତିଶାଳୀ ସାବ୍ୟସ୍ତ ହୋଇପାରେ