ଧରାପଡିଲେ ଦେଶଦ୍ରୋହୀ ଭାରତରେ ରହି କରୁଥିଲେ ଏମିତି କାମ
ଟଙ୍କା ପାଇଁ ପାକିସ୍ତାନ ପାଖରେ ନିଜକୁ କରିଥିଲେ ବିକ୍ରି
ଭାରତରେ ରହି ଭାରତକୁ ଦେଉଥିଲେ ଧୋକା
ଆଉ ସେପଟେ ଗୋଟି ଗୋଟି କରି ଭାରତର ସବୁ ତଥ୍ୟକୁ ପାକିସ୍ତାନକୁ ଦେଉଥିଲେ
ସୋସିଆଲ ମିଡିଆରେ ଭାଇରାଲ ହେଲା ମହିଳା ୟ୍ୟୁଟବରଙ୍କ କାର୍ନାମା
ପାକିସ୍ତାନ ପାଇଁ ଗୁପ୍ତଚର କାମ କରି ବନ୍ଧା ହୋଇଛନ୍ତି ୟ୍ୟୁଟୁବର ଜ୍ୟୋତି ମାଲୋହୋତ୍ରା
ପାକିସ୍ତାନ ପାଖରେ ଭାରତର ଗୁପ୍ତଚର କାମ କରିବା ଅଭିଯୋଗରେ ବନ୍ଧା ହୋଇଛନ୍ତି ଲୋକପ୍ରିୟ ୟୁଟ୍ୟବୁର ଜ୍ୟୋତି ମାଲହୋତ୍ରା । ଭାରତରେ ଅପରେସନ ସିନ୍ଦୂର ପରେ ପାକିସ୍ତାନ ଓ ଭାରତକୁ ନେଇ ଉତ୍ତେଜନା ଲାଗିରହିଛି । ଆଉ ଏହାରି ଭିତରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟ କରିଦେଲ ବଳି କିଛି ତଥ୍ୟ । ଜଣେ ଲୋକପ୍ରିୟ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଭାରତର ଗୁପ୍ତ ସାମିରକ ସୂଚନା ପାକିସ୍ତାନକୁ ପଠାଇବା ଅଭିଯୋଗରେ ସୁରକ୍ଷା ଏଜେନ୍ସି ହରିୟାଣାର ହିସାରୁ ଗିରଫ କରିଛି । ଏହି ୟୁଟ୍ୟୁବର ୨୦୨୩ ମସିହାରେ ତାଙ୍କ ଟ୍ରାଭେଲ୍ ଚ୍ୟାନେଲ୍ “ଟ୍ରାଭେଲ୍ ୱିଥ୍ ଜୋ”ର ସୁଟିଂ ପାଇଁ ପାକିସ୍ତାନ ଯାଇଥିଲେ । ସେଠାରେ ସେ ପାକିସ୍ତାନ ଦୂତାବାସର ଜଣେ ଅଧିକାରୀଙ୍କ କହିବା ଅନୁସାରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIର ଅଧିକାରୀଙ୍କ ସମ୍ପର୍କରେ ଆସିଥିଲେ । ସେବେଠାରୁ ସେ ଲଗାତାର ଭାବରେ ଭାରତ ବିରୋଧୀ ସୂଚନା ପାକିସ୍ତାନକୁ ପଠାଉଥିଲେ ।
ତେବେ ଏହି ମହିଳା ଜଣଙ୍କ କେବେ ପାକିସ୍ତାନ ଯାଇଥିଲେ ? କାହା ଠାରୁ ଏତେ ସବୁ ତଥ୍ୟ ପାଇଥିଲେ ସେ ନେଇ ମଧ୍ୟ ଜ୍ୟୋତିଙ୍କୁ ପଚରାଉଚାର କରିବା ପରେ ସବୁର ଖୁଲାସା କରିଛନ୍ତି । ଜ୍ୟୋତିଙ୍କୁ ଜେରା କରିବା ପରେ ପୋଲିସ ହାତରେ ଅନକେ ତଥ୍ୟ ଲାଗିଛି ।
ପାକିସ୍ତାନ ହାଇକମିସନର ଅଧିକାରୀ ଦାନିଶଙ୍କ ସଂସ୍ପର୍ଶରେ ଆସିଥିଲେ ଜ୍ୟୋତି ମାଲହୋତ୍ରା ଏବଂ ତାଙ୍କଠାରୁ ହିଁ ପାକିସ୍ତାନ ଯିବା ପାଇଁ ଭିସା ପାଇଥିଲେ । ଦାନିଶଙ୍କ ନିର୍ଦ୍ଦେଶରେ କାମ କରୁଥିବା ମୋଟ ୬ ଜଣ ପାକିସ୍ତାନୀ ଗୁପ୍ତଚରଙ୍କୁ ଗିରଫ କରାଯାଇଛି । ଜ୍ୟୋତି ମାଲହୋତ୍ରା ମଧ୍ୟ ଏଥିରେ ସାମିଲ ଅଛନ୍ତି । ଏହି ୟୁଟ୍ୟୁବରମାନେ ସମସ୍ତେ ଦାନିଶଙ୍କ ସମ୍ପର୍କରେ ଥିଲେ । ୟୁଟ୍ୟୁବର ଜ୍ୟୋତି ମଧ୍ୟ ଦାନିଶଙ୍କ ସମ୍ପର୍କରେ ଥିଲେ ଏବଂ ଦାନିଶ ତାଙ୍କୁ ଭିସା କରାଇ ପାକିସ୍ତାନ ପଠାଇଥିଲେ । ତେବେ ଜ୍ୟୋତି ଭାରତର କେଉଁ ସବୁ ଗୁପ୍ତ ତଥ୍ୟ ପାକିସ୍ତାନକୁ ଦେଇଛନ୍ତି ସେ ବାବଦରେ ପଚରାଉଚରା ଜାରି ରହିଛି ।